ଋଷ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ; ଗୁରୃୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା

ରୁଷ ଗସ୍ତରେ ଯାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆଜି ମସ୍କୋରେ ୨୨ ତମ ରୁଷ ଭାରତ ଶିଖର ସମ୍ମିଳନୀରେ ସାମିଲ ହେବେ । ଦ୍ୱିପାକ୍ଷିକ ବୈଠକରେ ମୋଦୀ ଓ ପୁଟିନଙ୍କ ମଧ୍ୟରେ ଶକ୍ତି, ପ୍ରତିରକ୍ଷା, ପୁଞ୍ଜିନିବେଶ, ବାଣିଜ୍ୟ, ସ୍ୱାସ୍ଥ୍ୟ, ଶିକ୍ଷା ଓ ପର୍ୟ୍ୟଟନ କ୍ଷେତ୍ର ଉପରେ ଆଲୋଚନା ହେବ । ଏହାଛଡ଼ା ରୁଷ ସେନାରେ ୟୁକ୍ରେନ ସହ ଯୁଦ୍ଧ ଲଢୁଥିବା ଭାରତୀୟଙ୍କୁ ମୁକ୍ତ କରିବା ପ୍ରସଙ୍ଗ ଉଠାଇ ପାରନ୍ତି ପ୍ରଧାନମନ୍ତ୍ରୀ ।
ରୁଷରେ ଗତକାଲି ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଏୟାରପୋର୍ଟରେ ଗାର୍ଡଅଫ ଅନର ଦିଆଯାଇ ଭବ୍ୟ ସ୍ବାଗତ କରାଯାଇଥିଲେ । ଏହାପରେ ରୁଷ ରାଷ୍ଟ୍ରପତିଙ୍କ ବାସଭବନରେ ପୁଟିନଙ୍କୁ ସାକ୍ଷାତ କରିଥିଲେ ପ୍ରଧାନମନ୍ତ୍ରୀ ମୋଦୀ । ପିଏମ ମୋଦୀଙ୍କ ଏହି ଯାତ୍ରା ଅନେକ ଦୃଷ୍ଟିରୁ ଗୁରୃୁତ୍ବପୂର୍ଣ୍ଣ ଧରାଯାଉଛି ।

ଜୁନ୍ ରେ ପିଏମ ମୋଦୀଙ୍କ ଶପଥ ଗ୍ରହଣ ପରେ ଏହା ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ସରକାରୀ ରୁଷ ଯାତ୍ରା ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *