ରାଜଧାନୀରେ ଗର୍ଜିଲା ଯୁବ କଂଗ୍ରେସ। କଳା ତାଲିକାଭୁକ୍ତ କମ୍ପାନୀକୁ ସ୍କୁଲ କାମ ଏସସି, ଏସଟି ବିଭାଗ ଦେଇଥିବା ଅଭିଯୋଗରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ବାସଭବନ ଘେରାଉ କଲା ଯୁବ କଂଗ୍ରେସ । ସୁନ୍ଦରଗଡର ବିଜୁଳିବନ୍ଧ ପୋଖରୀର ସୌନ୍ଦର୍ଯ୍ୟକରଣର ଦୁର୍ନୀତିରେ ଯେଉଁ କମ୍ପାନୀ କଳା ତାଲିକାଭୁକ୍ତ ହୋଇଥିଲା ସେ କମ୍ପାନୀକୁ କାମ ଦିଆଯାଇଥିବା ଅଭିଯୋଗ କରିଛି କଂଗ୍ରେସ। ଯୁବ କଂଗ୍ରେସର ଶତାଧିକ କର୍ମକର୍ତ୍ତା ଶୋଭାଯାତ୍ରାରେ ବାହାରି ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ବାସଭବନ ଘେରାଉ ସହ ଅଣ୍ଡା, ଟମାଟୋ ମାଡ କରିଥିଲେ। ସେପଟେ ମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ କଂଗ୍ରେସ କର୍ମକର୍ତ୍ତା ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ଉପୁଜିଥିଲା।
Naxatra News is now on Whatsapp
Join and get latest news update delivered to you via whatsapp
Join Now