ଦୁଇଟି ଚରଣରେ ହେବ ଗୁଜୁରାଟ ନିର୍ବାଚନ

Spread the love

ନୂଆଦିଲ୍ଲୀ: ଗୁଜୁରାଟ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା। ଭାରତୀୟ ନିର୍ବାଚନ କମିଶନ ଗୁରୁବାର ଦିନ ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି। ୧୮୨ ଆସନ ପାଇଁ ଦୁଇଟି ଚରଣରେ ଭୋଟିଂ ହେବ ଓ ଫଳାଫଳ ହିମାଚଳ ପ୍ରଦେଶ ନିର୍ବାଚନ ଫଳାଫଳ ସହ ୮ ଡିସେମ୍ବରରେ ଘୋଷଣା ହେବ।

ନିର୍ବାଚନ କିମିଶନଙ୍କ ସୂଚନା ଅନୁଯାୟୀ, ପ୍ରଥମ ଚରଣ ନିର୍ବାଚନ ଡିସେମ୍ବର ପହିଲାରେ ହେବାକୁ ଥିବା ବେଳେ ବିଜ୍ଞପ୍ତି ୫ ନଭେମ୍ବରକୁ ପ୍ରକାଶ ପାଇବ। ସେହିପରି ୧୪ ନଭେମ୍ବରକୁ ନାମାଙ୍କନ ଦାଖଲର ଅନ୍ତିମ ଦିନ ହୋଇଥିବା ବେଳେ ନାମାଙ୍କନ ଯାଞ୍ଚ କରିବାକୁ ୧୫ ତାରିଖ ଧାର୍ଯ୍ୟ କରାଯାଇଛି ଓ ୧୭ ତାରିଖ ସୁଦ୍ଧା ନାମାଙ୍କନ ଫେରାଇ ନେଇ ପାରିବେ। ପ୍ରଥମ ଚରଣରେ ୮୯ ସିଟରେ ଭୋଟ ହେବ। ସେହପିର ଦ୍ବିତୀୟ ଚରଣରେ ୯୩ ସିଟ ପାଇଁ ୧୦ ନଭେମ୍ବରରେ ବିଜ୍ଞପ୍ତି ଜାରି କରାଯିବ। ୧୭ରେ ନାମାଙ୍କନ ଦାଖଲର ଅନ୍ତିମ ତିଥି, ୧୮ରେ ଯାଞ୍ଚ ଓ ନାମାଙ୍କନ ଫେରାଇବାର ଅନ୍ତିମ ତାରିଖ ୨୧ ନଭେମ୍ବର ରଖାଯାଇଥିବା ବେଳେ ୫ ଡିସେମ୍ବରକୁ ମତଦାନ ହେବ।  

ଗୁଜୁରାଟରେ ବର୍ତ୍ତମାନ ମୋଟ ୪.୯୦ କୋଟି ମତଦାତା ଥିବା ବେଳେ ପୁରୁଷ ଭୋଟର ୨.୫୩ ଓ ମହିଳା ୨.୩୭, ୧,୪୧୭ ଥାର୍ଡ ଜେଣ୍ଡର ଓ ୩.୨୩ ଲକ୍ଷ ନୂଆ ଭୋଟର ଅଛନ୍ତି। ଚଳିତ ନିର୍ବାଚନ ପାଇଁ ମୋଟ ୫୧,୭୮୨ ମତଦାନ କେନ୍ଦ୍ର ହେବ। ୧୮୨ ମଡେଲ ପୋଲିଂ ଷ୍ଟେସନ ହେବ। ୫୦ ପ୍ରତିଶତ ମତଦାନ କେନ୍ଦ୍ରର ଲାଇବ ପ୍ରସାରଣ ହେବ। ୩୩ ପୁଲିଂ ବୁଥରେ ଯୁବା ପୁଲିଂ ଟିମ ରହିବେ। ଆସନ୍ତା ବିଧାନସଭା କାଳ ୧୮ ଫେବୃଆରୀରେ ଶେଷ ହେବ। 

ରାଜ୍ୟରେ ଗତ ବିଧାନସଭା ନିର୍ବାଚନ ୨୦୧୭ରେ ହୋଇଥିଲା। ସେତେବେଳେ ବିଜେପି ୯୯ ସିଟରେ ବିଜୟ ହୋଇଥିଲା। ୧୯୯୫ରୁ ବିଜେପି ରାଜ୍ୟରେ ଶାସନ ଭାର ସମ୍ଭାଳି ଆସୁଛି।

Leave a Reply

Your email address will not be published. Required fields are marked *