କେଜ୍ରିୱାଲଙ୍କୁ ଝଟକା ,ଖାରଜ ହେଲା ଅନ୍ତରୀଣ ଜାମିନ ଆବେଦନ

Spread the love

ଦିଲ୍ଲୀ ଅବକାରୀ ନୀତି ସହ ଜଡିତ ଅର୍ଥ ହେରଫେର ମାମଲାରେ ରାଓଜ ଏଭିନ୍ୟୁ କୋର୍ଟ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ନ୍ୟାୟିକ ହେପାଜତ ଅବଧୀ ବୃଦ୍ଧି କରିଛନ୍ତି । ଏହାସହ କେଜ୍ରିୱାଲଙ୍କ ତରଫରୁ ଅନ୍ତରୀଣ ଜାମିନ ପାଇଁ କରାଯାଇଥିବା ଆବେଦନକୁ ଖାରଜ କରିଛନ୍ତି କୋର୍ଟ । ଏହାସହ କେଜ୍ରିୱାଲ ସ୍ୱାସ୍ଥ୍ୟାବସ୍ଥା ବାବଦରେ ସମ୍ବନ୍ଧିତ ବିଭାଗକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ସଂପୃକ୍ତ ମାମଲାରେ କୋର୍ଟ କେଜ୍ରିୱାଲଙ୍କ ନ୍ୟାୟିକ ହେପାଜତ ଅବଧିକୁ ଜୁନ ୧୯ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଆଜି କେଜ୍ରିୱାଲଙ୍କୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ କୋର୍ଟରେ ହଜାର କରାଯାଇଥିଲା । କେଜ୍ରିୱାଲ ମେଡିକାଲ ଗ୍ରାଉଣ୍ଡରେ ଆଉ ୭ ଦିନ ପାଇଁ ଅନ୍ତରୀଣ ଜାମିନ ମାଗିଥିଲେ ବି କୋର୍ଟ ଏହାକୁ ଖାରଜ କରିଦେଇଛନ୍ତି । କୋର୍ଟ ମେଡିକାଲ ଟିମକୁ କେଜ୍ରିୱାଲଙ୍କ ସ୍ୱାସ୍ଥ୍ୟ ବାବଦରେ ଯାଂଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *