ମୋଦୀ ହଟାଅ ପୋଷ୍ଟର ପଡିଲା ମହଙ୍ଗା, ଆଠ ଗିରଫ

Spread the love

ଅହମ୍ମଦାବାଦ: ଗୁଜୁରାଟର ଅହମ୍ମଦାବାଦରେ ପ୍ରଧାନମନ୍ତ୍ରୀ ବିରୋଧରେ ପୋଷ୍ଟର । ପୂର୍ବରୁ ରାଜଧାନୀ ଦିଲ୍ଲୀରେ ମୋଦି ବିରୋଧରେ ପୋଷ୍ଟର ଲଗେଇ 6 ଜଣ ଗିରଫ ହୋଇଥିବା ବେଳେ ଏବେ ସମାନ ଘଟଣା ଦେଖିବାକୁ ମିଳିଛି ଗୁଜୁରାଟର ଅହମ୍ମଦାବାଦରେ ।  ଆମ୍ ଆଦମି ପାର୍ଟିର କିଛି କର୍ମକର୍ତ୍ତା ମୋଦୀଙ୍କ ବିରୋଧରେ ପୋଷ୍ଟର ଲଗାଇବାରୁ 8 ଜଣକୁ ଗିରଫ କରିଛି ପୋଲିସ ।

ଜାତୀୟ ଗଣମାଧ୍ୟମ ଏଏନଆଇ ରେ ପ୍ରକାଶିତ ଖବର ଅନୁସାରେ ଅହମ୍ମଦାବାଦର ଅନେକ ଅଞ୍ଚଳରେ ମୋଦୀ ହଟାଅ ଦେଶ ବଞ୍ଚାଅ ପୋଷ୍ଟର ଲଗାଯାଇଛି । ପ୍ରଧାନମନ୍ତ୍ରୀ ବିରୋଧରେ  ଏପରି ପୋଷ୍ଟର ଲଗାଯିବା ଅଭିଯୋଗରେ  ଆପ୍ ର 8 ଜଣ କାର୍ଯ୍ୟକର୍ତ୍ତାଙ୍କୁ ଗିରଫ କରିଛି ପୋଲିସ । ଅନ୍ୟପଟେ ଏହି ଗିରଫକୁ ବିରୋଧ କରିଛନ୍ତି ଆପର ଗୁଜୁରାଟ କମିଟି । ଏହି କମିଟି ଟ୍ୱଟ୍ କରି କହିଛନ୍ତି ଯେ ଗୁଜୁରାଟ ପୋଲିସର ଏଭଳି ପଦକ୍ଷେପ ଲୋକତନ୍ତ୍ର ପାଇଁ ବିପଦ ଅଟେ ।

ଗୁଜୁରାଟ ପୋଲିସ ଏ ଉପରେ ଏକ ପ୍ରେସ କନଫରେନ୍ସ କରି କହିଛନ୍ତି କି ରାଜ୍ୟର ବିଭିନ୍ନ ସ୍ଥାନରେ ପୋଷ୍ଟର ମାରି ଏହି ଆଠଜଣ ଜାତୀୟ  ସମ୍ପତ୍ତିକୁ ନଷ୍ଟ କରୁଛନ୍ତି । ସେଥିପାଇଁ ଏମାନଙ୍କୁ ଗିରଫ କରାଯାଇଛି ।

ଆମ ଆଦମୀ ପାର୍ଟିରୁ ଗୁଜୁରାଟର ଉପାଧକ୍ଷ ସାଗର ଶବାରୀ କହିଛନ୍ତି ଗୁରୁବାର ଠାରୁ ବହୁ ରାଜ୍ୟରେ ମୋଦୀ ବିରୁଦ୍ଧରେ ପୋଷ୍ଟର ଲାଗୁଛି ତେବେ କାହିଁକି କେବଳ ଗୁଜୁରାଟ ପୋଲିସ ଆପ ବିପକ୍ଷରେ  ମାମଲା ରୁଜ୍ଜୁ କରିଛି ।

Leave a Reply

Your email address will not be published. Required fields are marked *