ବିଧାନସଭାରେ ପୁଣି ଉଠିଲା ଦାରିଙ୍ଗିବାଡି ମାଣ୍ଡିପଙ୍କା ପ୍ରସଙ୍ଗ । ଆମ୍ବ ଟାକୁଆ ଜାଉ ଖାଇ ୩ ଜଣଙ୍କ ମୃତ୍ୟୁ ଘଟଣାକୁ ନେଇ ବିଧାନସଭାରେ ବିସ୍ତୃତ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ବିଜେଡି ବିଧାୟକ ରମାକାନ୍ତ ଭୋଇ ଙ୍କ ପ୍ରଶ୍ନରେ ବିଭାଗୀୟ ମନ୍ତ୍ରୀ ସୂଚନା ଦେଇଛନ୍ତି। ତେବେ ମାଣ୍ଡିପଙ୍କା ଗାଁରେ ରାସନ ହିତାଧିକାରୀଙ୍କ ଇ-ଭେରିଫିକେସନ କେବେ ଆରମ୍ଭ ହେଇଥିଲା ଆଉ କେବେ ଶେଷ ହେଇଥିଲା? ଏହାସହ ସେମାନଙ୍କୁ କେବେ ରାସନ ଦିଆଯାଇଥିଲା ବୋଲି ସେ ପ୍ରଶ୍ନ କରିଥିଲେ । ଏହାର ଉତ୍ତର ରଖି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କହିଥିଲେ ଯେ, ଗତ ସେପ୍ଟେମ୍ବର ୨୭ ତାରିଖରେ ଦାରିଙ୍ଗିବାଡି ବ୍ଲକ ମାଣ୍ଡିପଙ୍କା ଗାଁରେ ରାସନ ହିତାଧିକାରୀଙ୍କ ଇ-ଭେରିଫିକେସନ୍ ଆରମ୍ଭ ହେଇଥିଲା । ଯାହାକି ଏଯାଏଁ ଚାଲୁ ରହିଛି । ତେବେ ଆମ୍ବ ଟାକୁଆ ଖାଇ ମୃତ୍ୟୁବରଣ କରିଥିବା ତିନି ଜଣଙ୍କ ନାଁ କହିବା ସହ ମୋଟ ୧୮ ଜଣ ମୃତ ବ୍ୟକ୍ତିଙ୍କ ନାଁ ଲିଷ୍ଟରୁ କଟାଯାଇଛି ବୋଲି ଯୋଗାଣ ମନ୍ତ୍ରୀ ସୂଚନା ଦେଇଥିଲେ । ଅନ୍ୟପଟେ ଆମ୍ବ ଟାକୁଆ ଖାଇ ମୃତ୍ୟୁବରଣ କରିଥିବା ଲୋକଙ୍କ ପରିବାରକୁ ଅତିରିକ୍ତ ୧୨ କେଜି ଲେଖାଏଁ ମାଣ୍ଡିଆ ବଣ୍ଟନ କରାଯାଇଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now