ବିଶ୍ବପ୍ରସିଦ୍ଧ ବାଲିଯାତ୍ରା ଆୟୋଜନ ଅବ୍ୟବସ୍ଥାକୁ ନେଇ ସବୁଠି ଚର୍ଚ୍ଚା । ବାଲିଯାତ୍ରା ଉଦଘାଟନ ବେଳେ ଖୋଦ ମୁଖ୍ୟମନ୍ତ୍ରୀ ମଧ୍ୟ ରାଗିଯାଇଥିଲେ । ବାଲିଯାତ୍ରାର ପ୍ରଥମ ଦିନରୁ ହିଁ ଅବ୍ୟବସ୍ଥା ଦେଖିବାକୁ ମିଳିଥିଲା । ଏବେ ବାରବାଟୀ କଟକ ବିଧାୟିକା ତଥା କଂଗ୍ରେସ ନେତ୍ରୀ ସୋଫିଆ ଫିରଦୋସ ବାଲିଯାତ୍ରାର ଅବ୍ୟବସ୍ଥାକୁ ନେଇ ଅଭିଯୋଗ ଆଣିଛନ୍ତି ।
ସୋଫିଆ ଫିରଦୋସ କହିଛନ୍ତି ,ଚଳିତ ବର୍ଷ ବାଲିଯାତ୍ରାରର ପରିଚାଳନାରେ ବହୁତ ତ୍ରୁଟି ରହିଛି । ଖୋଦ ମୁଖ୍ୟମନ୍ତ୍ରୀଙ୍କ ନାମ ନିମନ୍ତ୍ରଣ ପତ୍ରରେ ନଥିଲା । ଏଭଳି ମନମାନି କାମ ଅଫିସର ମାନେ ହିଁ କରିଛନ୍ତି । ଯାହା ତ୍ରୁଟି ସାମ୍ନାକୁ ଆସିବ ତାକୁ ଆମେ ବିରୋଧ କରିବୁ ବୋଲି କହିଛନ୍ତି । ବାଲିଯାତ୍ରା ଗୋଟେ ପ୍ରାଇଭେଟ୍ ଇଭେଣ୍ଟ ନୁହେଁ । କଟକ ବାହାରୁ ଯେଉଁମାନେ ଆସନ୍ତି ଆମେ ତାଙ୍କୁ ସମ୍ମାନର ସହ ସ୍ବାଗତ କରୁ ।
କିଛି ଅଫିସରଙ୍ଯେକର ମନମାନି ଯୋଗୁ ଏଭଳି ଅବ୍ୟବସ୍ଥା ହୋଇଛି । ଯେଉଁ ଅଫିସରଙ୍କ କାମ କରିବାର ଇଚ୍ଛା ନାହିଁ । ସେମାନେ କଟକ ଛାଡି ଚାଲିଯାଆନ୍ତୁ ବୋଲି କହିଛନ୍ତି କଂଗ୍ରେସ ବିଧାୟିକା
Naxatra News is now on Whatsapp
Join and get latest news update delivered to you via whatsapp
Join Now