ଦୋକାନ ବନ୍ଦ କରି ସୁନା ବ୍ୟାଗ ନେଇ ଘରକୁ ଫେରିବା ବେଳେ ଘର ସମ୍ମୁଖରୁ ଗୋଟିଏ ସୁନା ଗହଣା ବ୍ୟାଗ ଝାମ୍ପି ନେଲେ ଦୁର୍ବୁତ୍ତ। ମୋଟର ସାଇକେଲ ରେ ଦୁଇ ଦୁର୍ବୁତ୍ତ ଆସି ଜନ ଗହଳି ପୂର୍ଣ ସ୍ଥାନରୁ ଚୋରି। ପୋଲିସ କରୁଛି ତଦନ୍ତ। ମାଲକାନଗିରି ଜିଲ୍ଲା ସଦର ମହକୁମାର ବଣ୍ଡା ବାକୁଲି ଗୁଡା ସାହିର ଘଟଣା। ପ୍ରସାଦ ଜୁଏଲର ମାଲିକ ପ୍ରସାଦ ପାଟିଲ ନାମକ ଦୋକାନୀ ଙ୍କ ଠାରୁ ଚୋରି ହୋଇଥିବା ଅଭିଯୋଗ। ସୂଚନା ଅନୁଯାୟୀ ପ୍ରସାଦ ନୀତିଦିନ ପରି ନିଜ ସୁନା ଦୋକାନ ବନ୍ଦ କରି ଦୋକାନ ନିକଟରେ ଥିବା ଘରକୁ ଦୁଇଟି ବ୍ୟାଗ ରେ ସୁନା ଓ ଟଙ୍କା ନେଇ ଚାଲି ଚାଲି ଆସୁଥିବା ବେଳେ ତାଙ୍କ ଘର ସମ୍ମୁଖରେ ପହଁଚି ଥିଲେ। ଠିକ ଏହି ସମୟରେ ପଛପଟୁ ଗୋଟିଏ ମୋଟର ସାଇକେଲ ରେ ଦୁଇଜଣ ଦୁର୍ବୁତ୍ତ ଆସି ଦୁଇଟି ବ୍ୟାଗ କୁ ଝାମ୍ପି ନେବାକୁ ଉଦ୍ୟମ ବେଳେ ଗୋଟିଏ ବ୍ୟାଗ ନେଇ ସେଠାରୁ ଫେରାର ହୋଇଯାଇଥିଲେ। ତେବେ ଏହି ସମୟରେ ସେହି ସ୍ଥାନ ଟି ଜନ ଗହଳି ପୂର୍ଣ ଥିବା ବେଳେ କିଏ ଏହି ଚୋରି କଲା ତାହାକୁ ନେଇ ସନ୍ଧେହ ସୃଷ୍ଟି ହୋଇଛି। ପୂର୍ବରୁ ମଧ୍ୟ ଏହି ଦୋକାନୀ ଙ୍କ ଘରୁ ନିଶା ଯୁକ୍ତ ଖାଦ୍ୟ ଦେଇ ସୁନା ଚୋରି ହୋଇଥିଲା। ତେବେ ଏନେଇ ଖବର ପାଇ ମାଲକାନଗିରି ଏସ୍ଡିପିଓ ଦିବ୍ୟ ଦଳେଇ ଓ ଅନ୍ୟ କର୍ମଚାରୀ ମାନେ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି।

Naxatra News is now on Whatsapp
Join and get latest news update delivered to you via whatsapp
Join Now