ଯାଜପୁର ପୋଲିସ କୁ ବଡ଼ ସଫଳତା । ଡକାୟତି ଉଦ୍ୟମ ପଣ୍ଡ କଲା ପୋଲିସ। ବଡ ଧରଣର ଡକାୟତି ପାଇଁ ଯୋଜନା ଚାଲିଥିବା ବେଳେ ୩ ଲୁଟେରା ଙ୍କୁ କାବୁ କଲା ଯାଜପୁର ପୋଲିସ । ଗତକାଲି ବିଳମ୍ବିତ ରାତିରେ ଯାଜପୁର ସହରର ମହାବୀର ଛକ ନିକଟରେ ଥିବା ପୂର୍ଣ୍ଣିମାଦେବୀ ସ୍କୁଲ ପଡିଆରେ ଡକାୟତ କରିବା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଲୁଟେରାଙ୍କୁ କାବୁ କଲା ପୋଲିସ। ୭ ଜଣ ଲୁଟେରା ଏକ ବଡ ଧରଣର ଡକାୟତି କରିବା ପାଇଁ ଯୋଜନା କରୁଥିବା ସମୟରେ ପୋଲିସ ର ଏକ ସ୍ୱତନ୍ତ୍ର ଟିମ ସେଠାରେ ଚଢ଼ାଉ କରି ୩ ଜଣଙ୍କୁ ଗିରଫ କରିଥିବା ବେଳେ ୪ଜଣ ପୋଲିସ ଆଖିରେ ଧୂଳି ଦେଇ ସେଠାରୁ ଫେରାର ହୋଇଯାଇଥିଲେ । ଗିରଫ ଅଭିଯୁକ୍ତ ହେଲେ ଦଶରଥପୁର ବ୍ଲକ ବିରଜାପୁର ଅଞ୍ଚଳର ଶିବାନି ଦାସ, ଆଲୋକ ଦାସ ଓ ପ୍ରଶାନ୍ତ ଦାସ। ଏମାନେ ସେମାନଙ୍କ ଠାରୁ ତେଲେଙ୍ଗା କାତି, ଲୁହାରଡ଼, ଲଙ୍କା ପାଉଡର ସମେତ ବିଭିନ୍ନ ମାରଣାସ୍ତ୍ର ଓ ଅପାରାଧିକ ସାମଗ୍ରୀ ଜବତ ହୋଇଥିବା ଯାଜପୁର ଥାନା ପରିସରରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ଯାଜପୁର ଏସଡିପିଓ ପ୍ରଶାନ୍ତ କୁମାର ମାଝୀ। ଏହି ସାମ୍ବାଦିକ ସମ୍ମିଳନୀରେ ଯାଜପୁର ଥାନା ଅଧିକାରୀ ଶରତ ଚନ୍ଦ୍ର ପାତ୍ର ଉପସ୍ଥିତ ଥିଲେ।

Naxatra News is now on Whatsapp
Join and get latest news update delivered to you via whatsapp
Join Now