ସ୍କୁଲରେ ଶିକ୍ଷକ ମାନଙ୍କ ରହିଛି ଅଭାବ ପିଲାଙ୍କ ପାଠପଢା ହୋଇଛି ବାଧାପ୍ରାପ୍ତ । ସ୍କୁଲର ମୁଖ୍ଯଫାଟକରେ ତାଲା ପକାଇ ପ୍ରତିବାଦ କଲେ ଅବିଭାବକ ଓ ଛାତ୍ରଛାତ୍ରୀ । ସ୍କୁଲ ଫାଟକରେ ଅବିଭାବକ ଙ୍କ ସମେତ ସ୍କୁଲର ସମସ୍ତ ଛାତ୍ରଛାତ୍ରୀ ମାନେ ଧାରଣାରେ ବସିଛନ୍ତି । ଏଭଳି ଅଭବନୀୟ ଦେଖିବାକୁ ମିଳିଛି ଗଞ୍ଜାମଜିଲ୍ଲା ବୁଗୁଡା ବ୍ଳକ ଅଧିନସ୍ତ ତାଳସାକର ମହାମାୟୀ ଉଚ୍ଚ ବିଦ୍ଯାଳୟରେ । ପିଲାଙ୍କ ବାର୍ଷିକ ପରିକ୍ଷା ଆଉ ଦୁଇମାସ ବାକି ରହିଥିବା ବେଳେ ପାଠପଢା ଚିନ୍ତାରେ ଅବିଭାବକ । ସ୍କୁଲର ଶିକ୍ଷକ ଅଭାବକୁ ନେଇ ଗ୍ରାମବାସି ତଥା ସ୍କୁଲ ପକ୍ଷରୁ ଦାବି ବର୍ଷତମାମ କରାଯାଉଥିଲେ ମଧ୍ୟ ଶୁଣିଲାନି ପ୍ରଶାସନ । ଯାହାଫଳରେ ଆଜି ଗ୍ରାମର ସମସ୍ତ ଅବିଭାବକ ମାନେ ଏକତ୍ରିତ ହୋଇ ତାଲା ମାରିବାକୁ ବାଧ୍ୟ ହୋଈଛନ୍ତି । ଅନ୍ଯପଟେ ଆଜି ପିଲାଙ୍କ ପାଠପଢାମଧ୍ୟ ଠପ୍ ହୋଇପଡିଛି !

Naxatra News is now on Whatsapp
Join and get latest news update delivered to you via whatsapp
Join Now