ଆଉ ନାହାନ୍ତି ଭେଟେରାନ ଆକ୍ଟର ଉତ୍ତମ ମହାନ୍ତି

ଆଉ ନାହାନ୍ତି ଲୋକ ପ୍ରିୟ ଅଭିନେତା ଉତ୍ତମ ମହାନ୍ତି । ଦିଲ୍ଲୀର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଗୁରୁବାର ରାତିରେ ତାଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା। ତାଙ୍କର ପରଲୋକ ନେଇ ତାଙ୍କର ଘନିଷ୍ଠ ସଂପର୍କୀୟଙ୍କ ସୂତ୍ରରୁ ଏହି ସୂଚନା ମିଳିଛି ।

ଲୋକପ୍ରିୟ ଅଭିନେତା ଉତ୍ତମ ମହାନ୍ତିଙ୍କୁ କିଛି ଦିନ ପୂର୍ବରୁ ଭୁବନେଶ୍ବରସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେ ଆଇସିୟୁରେ ରହି ଚିକିତ୍ସିତ ହେଉଥିଲେ। ଭେଣ୍ଟିଲେଟର ସପୋର୍ଟରେ ଥିଲେ। ତାଙ୍କର  ସ୍ବାସ୍ଥ୍ୟାବସ୍ଥା ଅତି ଗୁରୁତର ଥିବାରୁ ତାଙ୍କୁ କିଛିଦି ପୂର୍ବରୁ ଦିଲ୍ଲୀର ଏକ ଘରୋଇ ଡାକ୍ତରଖାନାକୁ ଏୟାର ଆମ୍ବୁଲାନ୍ସରେ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। 

୧୯୭୭ ମସିହାରେ ପ୍ରଥମ ସିନେମା ଅଭିମାନରୁ କ୍ୟାରିୟର ଆରମ୍ଭ କରିଥିଲେ । ଓଡିଆ , ହିନ୍ଦୀ ଓ ବାଙ୍ଗଳୀ ସିନେମାରେ ଅଭିନୟ କରିଥିଲେ । ଏପରିକି ନିଖୁଣ ଅଭିନୟ ଲାଗି ସେ ରାଜ୍ୟ ଚଳଚିତ୍ର ପୁରସ୍କାର , ଜୟଦେବ ପୁରସ୍କାର ପରି ଅନେକ ପୁରସ୍କାର ହାତେଇ ଥିଲେ ଉତ୍ତମ ମହାନ୍ତି । ଉତ୍ତମଙ୍କ ଅଭିନିତ ଡାହା ବାଳୁଙ୍ଗା ଚଳଚ୍ଚିତ୍ର ତାଙ୍କୁ ଘରେ ଘରେ ପରିଚିତ କରାଇଥିଲା ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *