Kendujhar

ନବ ବିବାହିତ ଦମ୍ପତିଙ୍କ ନିଆରା ବାର୍ତ୍ତା, ଶିଶୁ ସୁରକ୍ଷା ଓ ଶିକ୍ଷାକୁ ନେଇ ସଚେତନତା

ହରିଚନ୍ଦନପୁର : ନବ ବିବାହିତ ଦମ୍ପତି ସମାଜକୁ ଏକ ସୁନ୍ଦର ବାର୍ତ୍ତା ଦେଉଥିବା ଫଟୋ ଏବଂ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଏପରି ଏକ ଘଟଣା କେନ୍ଦୁଝର ଜିଲ୍ଲା ଆଦିବାସୀ ବହୁଳ ହରିଚନ୍ଦନପୁର ବ୍ଲକ ଝାଲକାଣୀ ଗ୍ରାମରେ ଦେଖିବାକୁ ମିଳିଛି । ବିଭିନ୍ନ ରଙ୍ଗ ଓ ଆଲୋକ ମାଳାରେ ସାଜସଜ୍ଜା ହୋଇଥିବା ମଞ୍ଚ ଉପରେ ଉଭୟ ଦମ୍ପତି ସହ ପରିବାରର ସମସ୍ତ ସଦସ୍ୟଙ୍କ ସହିତ ଦୁଇଟି ସ୍ଲେଟରେ ଚକ୍ ଖଡ଼ିରେ ଲେଖା ହୋଇଥିବା ସମସ୍ତ ଶିଶୁ ବିଦ୍ୟାଳୟ ଯିବା ଓ ବାଲ୍ୟ ବିବାହକୁ ବନ୍ଦ କରିବାକୁ ସମାଜକୁ ଏକ ସୁନ୍ଦର ବାର୍ତ୍ତାଟିଏ ଦେଇଛନ୍ତି । ଏଥି ସହିତ ସମସ୍ତଙ୍କ ସହଯୋଗରେ ସୁସ୍ଥ ସମାଜ ଗଠନ କରିବାକୁ ଆହ୍ଵାନ ଦେଇଛନ୍ତି । ମଞ୍ଚ ତଳେ ଉପସ୍ଥିତ ଥିବା ସାଙ୍ଗ, ସାଥୀ, ଭାଇ, ବନ୍ଧୁ ପରିଜନଙ୍କ କରତାଳିରେ ଉଛୁଳି ପଡୁଥିଲା ପୁରା ପରିବେଶ । ତେବେ ଯୁବ ଦମ୍ପତି ଜଣକ ଝାଲକାଣୀ ଗ୍ରାମର କେଦାର ମହାନ୍ତଙ୍କ ପୁତ୍ର ରଜତ କୁମାର ମହାନ୍ତ ବୋଲି ଜଣାପଡିଛି । ସେ କେନ୍ଦୁଝର ଜିଲ୍ଲାରେ ଅଗ୍ରଣୀ ସ୍ଵେଚ୍ଛାସେବୀ ଅନୁଷ୍ଠାନ ଆସ୍ପାୟାରରେ କାର୍ଯ୍ୟ କରୁଥିବା ବେଳେ ନବବଧୂ ଜଣକ ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷୟତ୍ରୀ ଭାବେ କାର୍ଯ୍ୟ କରୁଥିବା ଜଣାପଡିଛି । ଶିକ୍ଷା ଓ ସାମାଜିକ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଉଭୟଙ୍କ ଏପରି ପଦକ୍ଷେପକୁ ସାରା ଓଡ଼ିଶାର ବିଭିନ୍ନ କୋଣ ଅନୁକୋଣରୁ ଶୁଭେଚ୍ଛାର ସୁଅ ଛୁଟିଛି । ଏହି ବାର୍ତ୍ତା ଅନୁସାରେ ଜନସାଧାରଣ ସଚେତନ ହେବା ସହ ଗ୍ରାମାଞ୍ଚଳର ଲୋକଙ୍କ ପାଇଁ ଏକ ଉଦାହରଣ ବୋଲି କୁହାଯାଇଛି ।

Related Articles

Leave a Reply

Your email address will not be published.

Back to top button