ସିଡବ୍ଲୁଜି ପଦକ ବିଜେତାଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

Spread the love

ନୂଆଦିଲ୍ଲୀ: କମନ ଓ୍ୱେଲଥ ଗେମ (ସିଡବ୍ଲୁଜି)ରେ ପଦକ ବିଜେତାଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ। ସେମାନଙ୍କ ସହ ଅନୁଭୂତି ବାଣ୍ଟିଲେ ପ୍ରଧାନମନ୍ତ୍ରୀ। କମନ ଓ୍ୱେଲଥ ଗେମରେ ପଦକ ବିଜେତାଙ୍କୁ ନିଜ ବାସଭବନକୁ ଡାକିଥିଲେ ମୋଦି। ଏଥର ମୋଟ୍ ୬୧ଟି ମେଡାଲ ଆଣିଛି ଭାରତ। ଯେଉଁଥିରେ ୨୨ଟି ସ୍ୱର୍ଣ୍ଣପଦକ ଅଛି। ରାଜ୍ୟ ଗୋଷ୍ଠୀ କ୍ରୀଡାରେ ପଦକ ବିଜେତାଙ୍କୁ ଭେଟି ସେମାନଙ୍କର ମନୋବଳ ବୃଦ୍ଧି ସହ ନୂଆ ଟାସ୍କ ବି ଦେଇଛନ୍ତି ପ୍ରଧାନମନ୍ତ୍ରୀ।

ମୋଦି ବିଜେତାଙ୍କ ସହ ଭାବର ଆଦାନ ପ୍ରଦାନ ବେଳେ କହିଛନ୍ତି କି, କମନ ୱେଲ୍‌ଥ ଗେମରେ ପଦକ କେବଳ ଖେଳର ସ୍ପିରିଟକୁ ସୁଦୃଢ଼ କରିନି, ବରଂ ଏକ ଭାରତ, ଶ୍ରେଷ୍ଠ ଭାରତର ମହତ୍ତ୍ୱକୁ ମଜଭୁତ କରିଛି। କମନ ଓ୍ୱେଲଥ ଗେମ ହେବା ଆଗରୁ ସେ କ୍ରୀଡାବିତଙ୍କୁ ଯେଉଁ କଥା ଦେଇଥିଲେ, ତାକୁ ଆଜି ଅନୁପାଳନ କରିଥିବାରୁ ଖୁସି ଜାହିର କରିଛନ୍ତି ମୋଦି। କାରଣ କ୍ରୀଡାବିତ୍ ଫେରିବା ପରେ ସେ ମିଳିତ ଭାବେ ବିଜୟ ଉତ୍ସବ ପାଳିବାକୁ ପ୍ରତିଶୃତି ଦେଇଥିଲେ। ଦେଶର ୭୫ଟି ସ୍କୁଲ, ଶିକ୍ଷାନୁଷ୍ଠାନକୁ ଯାଇ ପିଲାଙ୍କୁ ପ୍ରୋତ୍ସାହିତ କରିବାର ଟାସ୍କକୁ ଜାରି ରଖିବାକୁ ପରାମର୍ଶ ଦେଇଛନ୍ତି ମୋଦି।

ମିଟ୍ ଦି ଚାମ୍ପିଅନ ଅଭିଯାନ ଜାରି ରଖିବାକୁ କହିଛନ୍ତି। ନୂଆ ପ୍ରତିଭାଙ୍କୁ ଅନ୍ୱେଷଣ ଓ ସେମାନଙ୍କୁ ପୋଡ଼ିଅମ ଯାଏ ପହଞ୍ଚାଇବାକୁ ପ୍ରୟାସକୁ କ୍ଷୀପ୍ର କରିବାକୁ ହେବ। ଏହି ପଦକ କେବଳ ଦେଶର ଯୁବ ପ୍ରତିଭାଙ୍କ ପାଇଁ କ୍ରୀଡ଼ା କ୍ଷେତ୍ରରେ ପ୍ରେରଣାର ଉତ୍ସ ହେବନି। ତା ସହ ଅନ୍ୟାନ୍ୟ କ୍ଷେତ୍ରକୁ ବି ଏହା ପ୍ରୋତ୍ସାହିତ କରିବ। ରାଜ୍ୟ ଗୋଷ୍ଠୀ କ୍ରୀଡ଼ା ଓ ଭାରତ ପ୍ରଥମ ଥର ଆୟୋଜନ କରିଥିବା ଚେସ୍ ଅଲମ୍ପିଆଡ୍ ରେ ଖେଳାଳୀଙ୍କ ଐତିହାସିକ ପରଫରମାନ୍ସ ଥିଲା ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ସ୍ୱାଧୀନତାର ଅମୃତ ମହୋତ୍ସବରେ ଦେଶ ଏଭଳି ସଫଳତା ହାସଲ କରିଛି।

ବକ୍ସିଂ, ଜୁଡ଼ୋ ଅବା ରେସଲିଂ। ସବୁଠି ଝିଅଙ୍କର ପ୍ରଭାବ ଓ ପତିଆରାକୁ ନେଇ ଖୁସି ଜାହିର କରିଛନ୍ତି ପ୍ରଧାନମନ୍ତ୍ରୀ। ପ୍ରତିଯୋଗୀ ବିଦେଶରେ ପ୍ରତିଦ୍ୱନ୍ଦିତା କରୁଥିଲେ। କିନ୍ତୁ ଦେଶର କୋଟି କୋଟି ଜନତା ରାତି ଅନିଦ୍ରା ହୋଇ ଆଥଲେଟଙ୍କର ପ୍ରତିଟି ଆକ୍ସନ, ଗତିକୁ ଟ୍ରାକରେ ନିରିକ୍ଷଣ କରୁଥିଲେ। ଅନେକ ଖେଳ ମିସ୍ କରିବେନି ବୋଲି ଆଲାର୍ମ ଦେଇ ଶୋଉଥିଲେ।
ପ୍ରଦୀପ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *