dead body

  • କେନାଲରୁ ମୃତଦେହ ଉଦ୍ଧାର

    ବରଗଡ: ବରଗଡ ଭେଡେନ କେନାଲରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର। ଅଗ୍ନିଶମ ବିଭାଗ ଦ୍ଵାରା ମୃତଦେହକୁ ଉଦ୍ଧାର କରାଯାଇଥିବା ବେଳେ ମୃତକଙ୍କ ପରିଚୟ ଅସ୍ପଷ୍ଟ ରହିଛି। କେହି ହତ୍ୟା କରି କେନାଲରେ ଫିଙ୍ଗି ଦେଇଥିବା ସ୍ଥାନୀୟ ଲୋକେ ସନ୍ଦେହ କରୁଥିବା ବେଳେ ଘଟଣା ସ୍ଥଳରେ ଭେଡେନ ପୋଲିସ ପହଁଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

  • ଝୁଲନ୍ତା ଅବସ୍ଥାରେ ଛାତ୍ରୀଙ୍କ ମୃତଦେହ ଉଦ୍ଧାର

    ପୁରୀ: ପୁଣି ଛାତ୍ରୀଙ୍କ ଆତ୍ମହତ୍ୟା। ପୁରୀ ବଡ଼ଶଙ୍ଖ ସ୍ଥିତ ଏଚ୍ ଆର ଲଜରେ ଜଣେ ଛାତ୍ରୀ ଆତ୍ମହତ୍ୟା କରିଥିବା ଜଣାପଡିଛି। ଛାତ୍ରୀ ଜଣକ ନିଜ ହାତ କାଟି ଦେବା ସହ ବେକରେ ଓଢ଼ଣୀ ଲଗାଇ ପଙ୍ଖାରେ ଝୁଲି ପଡିଛନ୍ତି। ପୁଲିସ ଏକ ସୁଇସାଇଡ ନୋଟ ଜବତ କରିଛି, ଯେଉଁଥିରେ  ନିଜ ମୃତ୍ୟୁ ପାଇଁ ସେ କାହାରିକୁ ଦୋଷ ଦେଇ ନାହାନ୍ତି।

    ପୁରୀ ବଡଶଙ୍ଖ ସ୍ଥିତ ଏକ ଲଜରୁ ଜଣେ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଛି। ପ୍ରାରମ୍ଭିକ ତଦନ୍ତରୁ ଯୁବତୀ ଜଣକ ଭୁବନେଶ୍ୱର ଗଙ୍ଗ ନଗର ଅଞ୍ଚଳର କଳ୍ପତରୁ ମହାନ୍ତିଙ୍କ ଝିଅ ପାୟଲ୍ ମହାନ୍ତି ଥିବା ଜଣାପଡିଛି।‌ ଯୁବତୀ ନିଜ ହାତ କାଟିଦେଇଥିବା ସହ ବେକରେ ନିଜ ଓଢଣୀରେ ଫାଶି ଦେଇ ଝୁଲୁଥିବା ଅବସ୍ଥାରେ ଦେଖିବାକୁ ମିଳିଛି।

    ଲଜ୍ ପକ୍ଷରୁ ଥାନାରେ ଅଭିଯୋଗ ପରେ କୁମ୍ଭାରପଡ଼ା ପୁଲିସ୍, ମାଜିଷ୍ଟ୍ରେଟ, ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ମୃତ ଛାତ୍ରୀଙ୍କ ପରିବାର ଲୋକଙ୍କୁ ପଚରାଉଚରା କରାଯାଇଛି। ଗତକାଲି ପାୟଲଙ୍କ ପରିବାର ଲୋକଙ୍କୁ କିଛି ନକହି ପୁରୀ ଯାଇଥିଲେ। ବଡ଼ଶଙ୍ଖ ପାଖରେ ଥିବା ଏଚ୍ ଆର୍ ଲଜରେ ୫୦୦ ଟଙ୍କା ଦେଇ ରୁମ୍ ନେଇଥିଲେ। ସେପଟେ ପାଏଲଙ୍କ ପରିବାର ଲୋକେ ଝିଅକୁ ବହୁତ ଖୋଜାଖୋଜି କରିବା ପରେ ବାଧ୍ୟ ହୋଇ ଥାନାରେ ଅଭିଯୋଗ କରିଥିଲେ।

    ଆଜି ସକାଳୁ ତାଙ୍କ ଝିଅ ଆତ୍ମହତ୍ୟା କରିଥିବା ଖବର ପାଇଥିଲେ।  ତେବେ ଆତ୍ମହତ୍ୟା କରିବା ପୂର୍ବରୁ ପାୟଲ୍ ଏକ ଚିଠି ଲେଖିଥିଲେ। ସେଥିରେ ତାଙ୍କ ପରିବାରର ବାପା, ମା, ଭାଇ, ଭଉଣୀ ସମସ୍ତେ ଭଲ ଲୋକ ବୋଲି ଲେଖିଥିବା ବେଳେ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି।

Back to top button