ଜାତୀୟ

ହିମାଚଳ ପ୍ରଦେଶରେ ଭୀଷଣ ବର୍ଷା, ସାଧାରଣ ଜୀବନ ଯାତ୍ରା ବ୍ୟାହତ : କେତେକ ସ୍ଥାନରେ ଭୂ-ସ୍ଖଳନ : ୩ ମୃତ, ଜଣେ ଆହତ, ୧ ନିଖୋଜ

ଶିମଲା : ହିମାଚଳ ପ୍ରଦେଶରେ ଗତ ୨୪ ଘଣ୍ଟାରେ ରାଜ୍ୟର କେତେକ ସ୍ଥାନରେ ଭୀଷଣ ବର୍ଷା ହୋଇଛି, ଯାହାଦ୍ୱାରା ସାଧାରଣ ଜୀବନ ଯାତ୍ରା ବ୍ୟାହତ ହୋଇଛି । ହମିରପୁର ଜିଲ୍ଲାର ସୁଜାନପୁର ସବଡିଭିଜନର ଖେରୀ ଗ୍ରାମରେ ବାଦଲ ଫଟା ବର୍ଷା ଯୋଗୁଁ କିଛି ଘରେ ବନ୍ୟାପାଣି ପଶିଯାଇଛି । ଭୀଷଣ ବର୍ଷାରେ ରାଜ୍ୟର କେତେକ ସ୍ଥାନରେ ଭୂ-ସ୍ଖଳନ ହୋଇଛି । ଏଥିରେ ୩ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ଜଣେ ଆହତ ହୋଇଛନ୍ତି । ଜଣେ ଅଦ୍ୟାବଧି ନିଖୋଜ ଅଛନ୍ତି । ପ୍ରବଳ ବର୍ଷା ଏବଂ ବନ୍ୟା ଯୋଗୁଁ ପଶୁ ସମ୍ପଦ, ଯାନବାହନ ଏବଂ ଅନ୍ୟ ସମ୍ପତି କ୍ଷୟକ୍ଷତି ହୋଇଛି । ଭୀଷଣ ବର୍ଷା ଓ ବିଭିର୍ନ୍ନ ସ୍ଥାନରେ ଭୂ-ସ୍ଖଳନ ଯୋଗୁଁ ଦୀର୍ଘ ୧୫ କିଲୋମିଟର ଧରି ରାସ୍ତା ଜାମ ଦେଖାଦେଇଥିଲା। ଯାହାଦ୍ୱାରା ପ୍ରାୟ ୧୦ ଘଣ୍ଟା ଧରି ରାସ୍ତା ଜାମ୍ ରେ ଫସି ରହିଥିଲେ ଜନସାଧାରଣ । । ଗାଡ଼ି ମଟର ଟିକେ ଏପଟ ସେପଟ ହେଲେ ଘାଟି ତଳକୁ ଖସିଯିବା ଡର ମଧ୍ୟ ରହିଛି । ହଜାର ହଜାର ସ୍ଥାନୀୟ ଲୋକ ପର୍ଯ୍ୟଟକ ତଥା ବ୍ୟବସାୟୀ,ସମସ୍ତେ ଏହି ଟ୍ରାପିକ୍‌ ଜାମ୍‌ରେ ଫସିଛନ୍ତି ।

Related Articles

Leave a Reply

Your email address will not be published.

Back to top button