୨୨ ମହଲାରେ ନିଆଁ

Spread the love

ମୁମ୍ବାଇ: ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇର ମଲାଡ ଅନ୍ତର୍ଗତ ଜନକଲ୍ୟାଣ ନଗରର ଏକ କୋଠାରେ ଅଗ୍ନିକାଣ୍ଡ। ଆଜି କୋଠାରେ ନିଆଁ ଲାଗିବା ପରେ ଘଟଣାସ୍ଥଳରେ ୫ଟି ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି।

ସୂଚନା ମୁତାବକ, ଶନିବାର ସକାଳ ପ୍ରାୟ ୧୧ଟାରେ ମଲାଡରେ ଥିବା ୨୨ ମହଲା ବିଶିଷ୍ଟ କୋଠାରେ ନିଆଁ ଲାଗିଯାଇଥିଲା।  ତେବେ ଏହି ଘଟଣାରେ କେହି ହତାହତ ହୋଇଥିବାର ସୂଚନା ନାହିଁ। ଜନକଲ୍ୟାଣ ନଗରସ୍ଥିତ ମରିନା ଏନକ୍ଲେଭର ତୃତୀୟ ମହଲାରେ ସ୍ଥିତ ଏକ ଫ୍ଲାଟରେ ପ୍ରଥମେ ନିଆଁ ଲାଗିଯାଇଥିଲା। ଦେଖୁଦେଖୁ ନିଆଁ ପୁରା ଫ୍ଲୋରକୁ ବ୍ୟାପିଯାଇଥିଲା।

ତେବେ ସୂଚନା ପାଇଁ ୫ଟି ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି ୧୫ ମିନିଟରେ। କିପରି ନିଆଁ ଲାଗିଲା ତାହାର କାରଣ ଜଣାପଡିନଥିଲା ବେଳେ ପୁଲିସ ମାମଲାର ତଦନ୍ତ କରୁଛି।

Leave a Reply

Your email address will not be published. Required fields are marked *