୪୧୨ ଜଣଙ୍କୁ ବୀରତ୍ବ ପୁରସ୍କାର

Spread the love

ନୂଆଦିଲ୍ଲୀ: ଚଳିତ ବର୍ଷ ଦେଶ ପାଳନ କରୁଛି ୭୪ତମ ସାଧାରଣତନ୍ତ୍ର ଦିବସ। ଏହି  ଅବସରରେ କର୍ତ୍ତବ୍ୟ, ନିଷ୍ଠା, ବୀରତ୍ବ ପ୍ରଦର୍ଶନ କରିଥିବା ସେନା ଓ ପୋଲିସ କର୍ମକର୍ତ୍ତାଙ୍କୁ ବୀରତ୍ବ ପୁରସ୍କାର ପ୍ରଦାନ କରାଯାଇଛି। ଚଳିତ ସାଧାରଣତନ୍ତ୍ର ଅବସରରେ ୪୧୨ ଜଣଙ୍କୁ ବୀରତ୍ବ ପୁରସ୍କାର ପ୍ରଦାନ କରାଯାଇଛି ।

ସେନା ଓ ସଶସ୍ତ୍ର ବାହିନୀ ଯବାନଙ୍କ ନିମନ୍ତେ ରାଷ୍ଟ୍ରପତିଙ୍କ ପକ୍ଷରୁ ବିଭିନ୍ନ ସାହସିକ ଓ ସମ୍ମାନଜନକ ପଦକ ପ୍ରଦାନ କରାଯାଇଛି। ଚଳିତବର୍ଷ ୪୧୨ଟି ସାହସିକ ଓ ସମ୍ମାଜନକ ପଦକ ଘୋଷଣା କରାଯାଇଛି। ଏଥିରେ ରହିଛି ୬ଟି କୀର୍ତ୍ତିଚକ୍ର, ୧୫ଟି ଶୌର୍ଯ୍ୟଚକ୍ର, ୯୨ଟି ସେନା ମେଡାଲ, ୨୯ଟି ପରମ ବିଶିଷ୍ଟ ସେବା ମେଡାଲ, ୫୨ଟି ଅତି ବିଶିଷ୍ଟ ସେବା ମେଡାଲ। ମେଜର ସୁଭାଙ୍ଗ, ନାଏକ ଜିତେନ୍ଦ୍ର ସିଂହ ଓ ଅନ୍ୟ ଚାରିଜଣଙ୍କୁ ମରଣୋତ୍ତର ଭାବେ କୀର୍ତ୍ତିଚକ୍ର ସମ୍ମାନ ପାଇବାକୁ ମନୋନୀତ ହୋଇଛନ୍ତି।

Leave a Reply

Your email address will not be published. Required fields are marked *