ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ସିରୋଲ ପଂଚାୟତର ପୋଡ଼ଖମ ଗ୍ରାମରେ ଜଣେ ଯୁବକଙ୍କ ମୃତଦେହ ଅଜି ସକାଳେ ଉଦ୍ଧାର କରାଯାଇଛି । ମୃତକ ଜଣକ ହେଉଛନ୍ତି ପାଷ୍ଟିକୁଡ଼ି ପଂଚାୟତର ପିପଲଭାଡ଼ି ଗ୍ରାମର ଭୂଜ ମାଝୀଙ୍କ ବଡ଼ ପୁଅ କୈଳାସ ମାଝୀ ବୋଲି ଜଣାପଡିଛି । କୈଳାସ ମାଝୀ (୩୮)ଙ୍କ ଶ୍ୱଶୁର ଘର ହେଉଛି ପୋଡଖମ୍ବ । ସେ ଶ୍ୱଶୁର ଘର ସମ୍ପର୍କୀୟଙ୍କ ବାହାଘରକୁ ତାଙ୍କ ସ୍ତ୍ରୀ ପିଲାଛୁଆଙ୍କୁ ନେବା ପାଇଁ ଆସିଥିଲେ । ସେହି ସମୟରେ ଏହି ଘଟଣା ଘଟିଯାଇଛି । ଖବର ପାଇ ପୋଲିସ ଓ ସାଇଂଟିଫିକ ଟିମ୍ ଘଟଣାସ୍ଥଳରେ ପହଂଚିଛନ୍ତି । ଏହା ହତ୍ୟା ନା ଆତ୍ମହତ୍ୟା ସେନେଇ ତଦନ୍ତ ଆରମ୍ଭ ହୋଇଛି ।

Naxatra News is now on Whatsapp
Join and get latest news update delivered to you via whatsapp
Join Now