କେନ୍ଦ୍ରାପଡା

ଦଳିତ ବସ୍ତିକୁ ପାନୀୟ ଜଳ ଯୋଗାଣ ଓ ରାସ୍ତା ଅବରୋଧ ଉଚ୍ଛେଦ ପାଇଁ ଦାବି

କେନ୍ଦ୍ରାପଡ଼ା : କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ବ୍ଲକ ଅନ୍ତର୍ଗତ ଗଣେଶ ପୁରରେ ବସବାସ କରୁଥିବା ଶତାଧିକ ଦଳିତ ସାହିର ବସ୍ତି ବାସିନ୍ଦାଙ୍କୁ ପାନୀୟ ଜଳ ଯୋଗାଣ ବନ୍ଦ ଓ ଗ୍ରାମ ମୁଖ୍ୟ ରସ୍ତାକୁ ଅବରୋଧ କରିଥିବାରୁ ଅଗ୍ନିଶମ ଓ ଆମ୍ବୁଲାନ୍ସ ଗାଡି ଯାତାୟତରେ ଘୋର ଅସୁବିଧା ହେଉଥିବା ନେଇ ଜିଲ୍ଲାପାଳଙ୍କୁ ଅଭିଯୋଗ ହୋଇଛି । ଅଭିଯୋଗରୁ ପ୍ରକାଶ ଯେ, ଗଣେଶପୁର ଗ୍ରାମର ଖାତା ନଂ-୪୮୭ ଓ ପ୍ଲଟ ନଂ-୯୫୨ ସର୍ବ ସାଧାରଣ ରାସ୍ତା ଥିବାବେଳେ ଜଣେ ପ୍ରଭାବଶାଳୀ ବ୍ୟକ୍ତି ଏବଂ ତାଙ୍କ ପୁଅ ଉକ୍ତ ଗ୍ରାମକୁ ପାନୀୟ ଜଳ ସଂଯୋଗ କରାଇ ଦେଉ ନଥିବା ଓ ରାସ୍ତାକୁ ଅବରୋଧ କରିଥିବାରୁ ଏଠାରେ ବସବାସ କରୁଥିବା ଦଳିତ ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏ ବିଷୟରେ ବାରମ୍ବାର ତହସିଲଦାର, ବିଡିଓଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କୈାଣସି ସୁଫଳ ନମିଳିବାରୁ ଶୁକ୍ରବାର ଶତାଧିକ ମହିଳା, ଜିଲ୍ଲାପାଳଙ୍କୁ ଭେଟି ତୁରନ୍ତ ବ୍ୟବସ୍ଥା କରି ପାନୀୟ ଜଳ ସଂଯୋଗ କରିବା ପାଇଁ ଦାବି କରିଛନ୍ତି । ଏହି ଦାବିପତ୍ର ପ୍ରଦାନ ସମୟରେ ରଞ୍ଜନ କୁମାର ମଲିକ, କେଶବ ଚନ୍ଦ୍ର ମଲିକ, ମମତା ମଲିକ, ଲକ୍ଷ୍ମୀଧର ମଲିକ, ରାଜଲକ୍ଷ୍ମୀ ମଲିକ, ସୁଷମା ମଲିକ, ଉର୍ମିଳା ମଲିକ, ନିମା ମଲିକ ପ୍ରମୁଖ ଦାବି କରିଛନ୍ତି ।

Related Articles

Leave a Reply

Your email address will not be published.

Back to top button