ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ମୁରଲୀ ମନୋହର ଜୋଶୀ

Spread the love

ନୂଆଦିଲ୍ଲୀ : ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବିଜେପିର ରାଷ୍ଟ୍ରୀୟ ସଭାପତି ଡ. ମୁରଲୀ ମନୋହର ଜୋଶୀ ଶନିବାର ସଂଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି । ଏହି ସମୟରେ ଉଭୟଙ୍କ ମଧ୍ୟରେ ଅନେକ ବିଷୟରେ ଆଲୋଚନା ହୋଇଥିବା ଜଣା ପଡିଛି ।

ଏହି ସାକ୍ଷାତ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ୱିଟ କରି କହିଛନ୍ତି, ଆଦରଣୀୟ ମୁରଲୀ ମନୋହର ଜୋଶୀଙ୍କ ମାର୍ଗଦର୍ଶନ ଓ ଆଶୀର୍ବାଦ ମିଳିଲା । ତାଙ୍କ ସହ ଭେଟ କରି ମୋ ଭଳି କାର୍ଯ୍ୟକର୍ତାଙ୍କୁ ସବୁବେଳେ ନୂଆ ଶକ୍ତି ମିଳିଥାଏ ।

Leave a Reply

Your email address will not be published. Required fields are marked *