ପୂର୍ବତନ ମୁଖ୍ୟମନ୍ତ୍ରୀ ମଧୁ କୋଡାଙ୍କ ସମେତ ସାତ ଜଣ ଅଭିଯୁକ୍ତ କୋର୍ଟରେ ହେଲେ ହାଜର

Spread the love

ରାଞ୍ଚି : ଅର୍ଥ ହେରଫେର ମାମଲାରେ ଅଭିଯୁକ୍ତ ପୂର୍ବତନ ମୁଖ୍ୟମନ୍ତ୍ରୀ ମଧୁ କୋଡା ଗୁରୁବାର ଦିନ ଇଡି କୋର୍ଟରେ ହାଜର ହୋଇଛନ୍ତି । ଆୟକର ତତ୍କାଳୀନ ଡେପୁଟି ଡାଇରେକ୍ଟର ଡକ୍ଟର ପ୍ରଭା କାନ୍ତ ଏହି ମାମଲାରେ ଇଡି ପକ୍ଷରୁ ଉପସ୍ଥିତ ଥିଲେ । । ତାଙ୍କର ସାକ୍ଷ୍ୟ ଶୁକ୍ରବାର ମଧ୍ୟ ଜାରି ରହିବ । ଏହି ମାମଲାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ମଧୁ କୋଡା, ବିନୋଦ କୁମାର ସିହ୍ନା, ବିକାଶ ସିହ୍ନା, କୋଲକାତାର ବ୍ୟବସାୟୀ ବିଜୟ ଯୋଶୀ, ଅନିଲ ବସ୍ତାବଡେ ଏବଂ ମନୋଜ ପୁନମିଆ ଏହି ମାମଲାରେ କୋର୍ଟରେ ହାଜର ହୋଇଥିଲେ । ମଧୁ କୋଡାଙ୍କ ଓକିଲ ଚନ୍ଦ୍ରଭାନୁ ଏବଂ ପାଣ୍ଡେ ନୀରଜ ରାୟ ଏହି ମାମଲାର ଜେରା କରିଥିଲେ ।

Leave a Reply

Your email address will not be published. Required fields are marked *