ରାଜସ୍ଥାନରେ ଶିଶୁକୁ ଝୁଣି ଖାଇଲା ବୁଲା କୁକୁର

Spread the love

ଜୟପୁର: ରାଜସ୍ଥାନର ସରୋହି ଜିଲ୍ଲା ହସ୍ପିଟାଲରେ ବୁଲା କୁକୁର କାମୁଡାରେ ଏକ ମାସର ଶିଶୁର ମୃତ୍ୟୁ। ମଙ୍ଗଳବାର ପୁଲିସ ପକ୍ଷରୁ କୁହାଯାଇଛି କି, ହସ୍ପିଟାଲର ଟିବି ୱାର୍ଡରେ ଶିଶୁଟି ତା ମା କଡରେ ଶୋଇଥିଲା। ଏହି ସମୟରେ କୁକୁର ପିଲାଟିକୁ ଉଠାଇ ନେଇ କାମୁଡି ଭିଣି ପକାଇଥିଲା, ଫଳରେ ଶିଶୁଟିର ମୃତ୍ୟୁ ହୋଇଛି।  ସିସିଟିଭି ଫୁଟେଜରେ ଟିବି ୱାର୍ଡ ଆଡକୁ କୁକୁର ଯାଉଥିବା ଦେଖିବାକୁ ମିଳିଛି। କିଛି ସମୟ ପରେ କୁକୁର ସେଠାରୁ ବାହାରି ଯାଉଛି।

ସ୍ଥାନୀୟ ଫାଣ୍ଡୀ ଅଧିକାରୀ ସୀତାରାମ କହିଛନ୍ତି ଟିବି ୱାର୍ଡରେ ଷ୍ଟାଫ ନ ଥିଲେ। ଟିବି ୱାର୍ଡରେ ମହିଳାଙ୍କ ସ୍ବାମୀ ଭର୍ତ୍ତି ହୋଇଥିବାରୁ ମହିଳା ଓ ତାଙ୍କ ଏକ ମାସର ଶିଶୁ ସୋମବାର ବିଳମ୍ବିତ ରାତିରେ ତଳେ ଶୋଇ ପଡିଥିଲେ। ସେପଟେ ଏହି ଘଟଣାକୁ ନେଇ ହସ୍ପିଟାଲ ପ୍ରଶାସନ ମାମଲାର ଯାଞ୍ଚ ଆରମ୍ଭ କରିଦେଇଛନ୍ତି।

Leave a Reply

Your email address will not be published. Required fields are marked *