ଟମାଟୋ ଫ୍ଲୁ ଲକ୍ଷଣ

Spread the love

ନୂଆଦିଲ୍ଲୀ: ମଙ୍କିପକ୍ସ ପରେ ଏବେ ଟମାଟୋ ଫ୍ଲୁର ଆତଙ୍କ ବୃଦ୍ଧି ପାଇବାରେ ଲାଗଇଛି। କେନ୍ଦ୍ର ନିକଟରେ ହ୍ୟାଣ୍ଡ ଫୁଟ ଆଣ୍ଡ ମାଉଥ ଡିଜିଜ ବା ଟମାଟୋ ଫ୍ଲୁ ବିଷୟରେ ଅଧିସୂଚନା ଜାରି କରିଛି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅନୁଯାୟୀ ମେ ମାସରେ ଦେଶରେ ପ୍ରଥମ ଟମାଟୋ ଫ୍ଲୁ ଚିହ୍ନଟ ହୋଇଥିଲା। କେରଳର କୋଲମ ଜିଲ୍ଲାରୁ ୬ ମେରେ ଏହି ଫ୍ଲୁ ବାହାରି ଥିଲା।

ତେବେ କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗ ଅନୁଯାୟୀ ଓଡିଶାରେ ୧ରୁ ୯ ବର୍ଷର ପିଲାଙ୍କ ମଧ୍ୟରେ ଟମାଟୋ ଫ୍ଲୁ ଦେଖିବାକୁ ମିଳିଛି। ରାଜ୍ୟରେ ୨୬ ଜଣ ପିଲା ଟମାଟୋ ଫ୍ଲୁରେ ଆକ୍ରାନ୍ତ ହୋଇସାରିଛନ୍ତି।

ତେବେ କଣ ରହିଛି ଏହି ଫ୍ଲର ଲକ୍ଷଣ?

ଟମାଟୋ ଫ୍ଲୁର ଲକ୍ଷଣ କେତେକାଂଶରେ ଅନ୍ୟ ଭାଇରାଲ ଇନଫେକ୍ସନ ପରି ହୋଇଥାଏ। ଏଥିରେ ପୀଡିତ ହେଲେ ହାଲିଆ ଲାଗିବା, ଶରୀରର କଷ୍ଟ, ଚର୍ମରେ ଫଳିଯିବା ପରି ଲକ୍ଷଣ ଦେଖା ଦେଇଥାଏ।

ଟମାଟୋ ପରି ଚର୍ମର ଉପର ଅଂଶରେ ଲାଲ ଫୋଟକା ବାହାରିଥାଏ।ଶରୀରର ବିଭିନ୍ନ ଅଂଶରେ ହେଉଥିବା ଏହି ଫୋଟକା କିଛି ଦିନରେ ମନକୁ ମନ ଠିକ ହୋଇଯାଇଥାଏ।

ପ୍ରାରମ୍ଭିକ ଭାଗରେ ଟମାଟୋ ଫ୍ଲୁ ହେବା ପରେ ଜ୍ବର ହୋଇଥାଏ, ଖାଇବାକୁ ଇଛା ହୋଇନଥାଏ, ଗଳା ଭିତରେ ଫୁଲିବା ପରି ମନେ ହୁଏ, ମୁହଁରେ ଜିଭ, ମାଢି, ଗଳା, ପାପୁଲି ଓ ପାଦ ତଳେ ଛାଲ ବାହାରେ।

ଟମାଟୋ ଫ୍ଲୁ ହ୍ୟାଣ୍ଡ ଫୁଟ ଆଣ୍ଡ ମାଉଥ ଡିଜିଜର କ୍ଲିନିକାଲ ଭ୍ୟାରିଆଣ୍ଟ ହୋଇଥାଏ। ଏହା ସ୍କୁଲ ଯାଉଥିବା ପିଲାଙ୍କଠାରେ ଅଧିକ ଦେଖାଦେବାର ସମ୍ଭାବନା ରହିଛି।

Leave a Reply

Your email address will not be published. Required fields are marked *