କିଏ ହେବ ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ?

Spread the love

()- ଦେଶରେ ଏବେ ନିର୍ବାଚନ ହେଲେ କେଉଁ ରାଜ୍ୟରେ ବିଜେପି ନେତୃତ୍ୱାଧିନ ଏନଡିଏ ଓ କେଉଁ ରାଜ୍ୟରେ କଂଗ୍ରେସ ନେତୃତ୍ୱରେ ଥିବା ୟୁପିଏ ମେଣ୍ଟକୁ ଫାଇଦା ମିଳିବ। ଦେଶରେ ଏବେ ନିର୍ବାଚନ ହେଲେ କେଉଁ ଦଳ କେତେ ଆସନ ପାଇବ ତାଉପରେ ଜନତାଙ୍କ ମତ ନିଆଯାଇଥିଲା। ଆଉ ଇଣ୍ଡିଆଟୁଡେ- ସିଭୋଟର ସର୍ଭେ ରିପୋର୍ଟ ଅନୁସାରେ ଏନଡିଏକୁ ସବଠୁ ଅଧିକ ଆସନ ମିଳିବ। ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଭାବେ ୫୨ ପ୍ରତିଶତ ଲୋକ ନରେନ୍ଦ୍ର ମୋଦିଙ୍କୁ ବାଛିଛନ୍ତି।

ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ କିଏ ହେବ? ଏହି ପ୍ରଶ୍ନର ଉତ୍ତରରେ ଅଧିକ ଲୋକ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ଆସ୍ଥା ପ୍ରକଟ କରିଛନ୍ତି। ୨୦୨୪ ଲୋକସଭା ନିର୍ବାଚନକୁ ପାଖାପାଖି ୧ ବର୍ଷ ସମୟ ରହିଛି। ଏହା ପୂର୍ବରୁ ସବୁ ରାଜନୈତିକ ଦଳ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି। ଜାତୀୟ ଦଳ ବିଜେପି, କଂଗ୍ରେସ ଓ ଆଞ୍ଚଳିକ ଦଳ ଏବେ ମିଶନ ମୋଡରେ ନିର୍ବାଚନ ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ଦେଶରେ ମଧ୍ୟ ଲୋକସଭା ନିର୍ବାଚନକୁ ନେଇ ଚର୍ଚ୍ଚା ଆରମ୍ଭ ହେଲାଣି।ଏପରି ସମୟରେ ଦେଶରେ ଯଦି ନିର୍ବାଚନ ହୁଏ କେଉଁ ଦଳର ପଲା ଭାରି ରହିବ? ସରକାର କିଏ ଗଢିବ? ଏନେଇ ଇଣ୍ଡିଆ ଟୁଡେ ସିଭୋଟର ସହ ମିଶି ସାରା ଦେଶରେ ମୁଡ ଅଫ ନେସନ ନାଁରେ ଏକ ସର୍ଭେ କରିଛି। ଜାନୁୟାରୀ ୨୦୨୩ରେ କରାଯାଇଥିବା ଏହି ସର୍ଭେରେ ୧ ଲକ୍ଷ ୪୦ ହଜାର ୯୧୭ ଜଣ ଲୋକଙ୍କ ମତାମତ ନେଇ ରିପୋର୍ଟ ପ୍ରସ୍ତୁତ କରାଯାଇଛି। ସି-ଭୋଟର ସର୍ଭେ ଅନୁଯାୟୀ ଯଦି ନିର୍ବାଚନ ହୁଏ ତେବେ ଏନଡିଏ ପୁଣି ସରକାର ଗଠନ କରିବ ଅର୍ଥାତ ବିଜେପି ପୁଣି କ୍ଷମତାକୁ ଫେରିବ। ସେହିପରି ୨୦୧୯ ଅପେକ୍ଷା ୟୁପିଏ ଟିକିଏ ଭଲ କରିବ ବୋଲି ସଙ୍କେତ ମିଳିଛି। ଇଣ୍ଡିଆ ଟୁଡେ ସି-ଭୋଟରର ମୁଡ ଅଫ ନେସନ ସର୍ଭେରେ ପୁଣି ଏନଡିଏ ସରକାର ଫେରିବା ସଙ୍କେତ ଦେଇଛନ୍ତି ଜନତା। ଯଦି ଲୋକସଭା ନିର୍ବାଚନ ଅନୁଷ୍ଠିତ ହୁଏ, ତେବେ ଭାରତୀୟ ଜନତା ପାର୍ଟିକୁ ୨୮୪ ଆସନ ମିଳିବ ବୋଲି ଆକଳନ କରାଯାଇଛି। ସେହିଭଳି ୟୁପିଏକୁ ୧୯୧ଟି ଆସନ ଓ ଅନ୍ୟଦଳକୁ ୯୨ ଆସନ ମିଳିବ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦିଙ୍କ ପ୍ରଦର୍ଶନରେ ୭୨ ପ୍ରତିଶତ ଉତ୍ତରଦାତା ସନ୍ତୁଷ୍ଟ ଥିବା ଜଣାପଡିଛି। ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଭାବେ ୫୨ ପ୍ରତିଶତ ଲୋକ ନରେନ୍ଦ୍ର ମୋଦୀଙ୍କୁ ବାଛିଛନ୍ତି। ଗତ ତିନି ବର୍ଷ ମଧ୍ୟରେ ମୁଦ୍ରାସ୍ପୀତ, କୋଭିଡ-୧୯ ମହାମାରୀ ଏବଂ ଚୀନର ବାହ୍ୟ ବିପଦ ସତ୍ତ୍ୱେ ନରେନ୍ଦ୍ରମୋଦିଙ୍କ ନେତୃତ୍ୱାଧିନ ଏନଡିଏ ସରକାର ଆଣ୍ଟି-ଇନକମ୍ୱେନ୍ସିକୁ ପରାସ୍ତ କରିବାରେ ସଫଳ ହୋଇଛନ୍ତି। ୨୦ ପ୍ରତିଶତ ଭୋଟର କହିଛନ୍ତି, ଏନଡିଏର ସବୁଠାରୁ ବଡ ସଫଳତା ହେଉଛି କୋଭିଡ ମହାମାରୀକୁ ନିୟନ୍ତ୍ରଣ କରିବା କ୍ଷେତ୍ରରେ। ୧୪ ପ୍ରତିଶତ ଲୋକ ଧାରା ୩୭୦ ରଦ୍ଦ କରିବା ସରକାରଙ୍କ ସବୁଠୁ ବଡ ସଫଳତା କହିଥିବାବେଳେ ୧୨ ପ୍ରତିଶତ ମତଦାତା ରାମ ମନ୍ଦିର ନିର୍ମାଣକୁ ପ୍ରାଧାନ୍ୟ ଦେଇଛନ୍ତି। ସେହିଭଳି ଏନଡିଏ ସରକାରଙ୍କ ସବୁଠୁ ବଡ ବିଫଳତା କ’ଣ ପଚାରିବାରୁ ୨୫ ପ୍ରତିଶତ ମତଦାତା ଦରଦାମ୍ ବୃଦ୍ଧିକୁ ବିଫଳତାର କାରଣ କହିଥିବାବେଳେ ୧୭ ପ୍ରତିଶତ ଲୋକ ବେରୋଜଗାରକୁ ମୁକାବିଲା କରିବାରେ ସରକାର ବିଫଳ ବୋଲି କହିଛନ୍ତି।

ସେପଟେ ରାହୁଲ ଗାନ୍ଧୀଙ୍କ ଭାରତଯୋଡ ଯାତ୍ରାକୁ ନେଇ ମୁଡ ଅଫ୍ ନେସନ ସର୍ଭେ କରାଯାଇଥିଲା। ୩୭ ପ୍ରତିଶତ ଲୋକ ରାହୁଲଙ୍କ ଭାରତ ଯୋଡ ଯାତ୍ରାକୁ ଏକ ଗୁଜବ ବୋଲି କହିଥିବାବେଳେ କଂଗ୍ରେସ ନିର୍ବାଚନରେ ଜିତିବାରେ ଭାରତ ଯୋଡ ଯାତ୍ରା ସାହାଯ୍ୟ କରିବ ନାହିଁ ବୋଲି କହିଛନ୍ତି। ମୁଡ ଅଫ୍ ନେସନ ସର୍ଭେରୁ ଜଣାପଡିଛି, ୨୬ ପ୍ରତିଶତ ମତଦାତା ରାହୁଲ ଗାନ୍ଧୀଙ୍କୁ କଂଗ୍ରେସକୁ ପୁନର୍ଜୀବିତ କରିବା ପାଇଁ ସର୍ବୋତ୍ତମ ପ୍ରୟାସ କହିଥିବାବେଳେ ୧୭ ପ୍ରତିଶତ ସଚିନ ପାଇଲଟଙ୍କ ଏହି ଭୂମିକା ପାଇଁ ପସନ୍ଦ କରିଛନ୍ତି।  ଇଣ୍ଡିଆ ଟୁଡେ ସି ଭୋଟର ସର୍ଭେ ରିପୋର୍ଟ ଅନୁସାରେ, ବିରୋଧି ଦଳର ସବୁଠାରୁ ସର୍ବୋତ୍ମତ ନେତୃତ୍ୱ ଭାବରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ରାହୁଲ ଗାନ୍ଧୀଙ୍କ ଅପେକ୍ଷା ବେଶୀ ପସନ୍ଦ କରିଛନ୍ତି। ୨୪ ପ୍ରତିଶତ ଲୋକ କେଜ୍ରିୱାଲଙ୍କ ନେତୃତ୍ୱକୁ  ସମର୍ଥନ କରିଥିବାବେଳେ ୨୦ ପ୍ରତିଶତ ଲୋକ ମମତାଙ୍କୁ ଉପଯୁକ୍ତ ନେତା ଭାବେ ପସନ୍ଦ କରିଛନ୍ତି। ଏବଂ ୧୩ ପ୍ରତିଶତ ଲୋକ ରାହୁଲଙ୍କୁ ଦଳର ନେତୃତ୍ୱ ନେବାକୁ  ମତ ଦେଇଛନ୍ତି। ସେହିପରି ୧୪ପ୍ରତିଶତ ଲୋକ ରାହୁଲ ଗାନ୍ଧୀଙ୍କ ସପକ୍ଷରେ ମତ ଦେଇଛନ୍ତି।

ସେହିଭଳି ଆଗାମୀ ଲୋକସଭା ନିର୍ବାଚନରେ କେଉଁ ରାଜ୍ୟରେ ବିଜେପି ନେତୃତ୍ୱାଧିନ ଏନଡିଏ ଏବଂ କଂଗ୍ରେସ ନେତୃତ୍ୱରେ ଥିବା ୟୁପିଏକୁ ଫାଇଦା ମିଳିବ। ଏନେଇ ଇଣ୍ଡିଆ ଟୁଡେ- ସି-ଭୋଟର ସର୍ଭେ ରିପୋର୍ଟ ଅନୁସାରେ ଏନଡିଏକୁ ଆସାମ, ତେଲେଙ୍ଗାନା, ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗରେ ଫାଇଦା ମିଳିବ। ସେହିପରି ୟୁପିଏକୁ କର୍ଣ୍ଣାଟକ, ମହାରାଷ୍ଟ୍ର, ବିହାରରେ ଅଧିକ ଆସନ ମିଳିବ ବୋଲି କୁହାଯାଇଛି।

ପ୍ରେମଲତା ବାରିକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *