ଗୁରୁବାର ରାତିରେ ବାତ୍ୟା ‘ଦାନା’ ତାହାର କରାଳ ରୂପ ଦେଖାଇଥିଲା । ଏହି ସମୟରେ ଲୋକେ ସୁରକ୍ଷିତ ସ୍ଥାନରେ ନିଜ ପରିବାର ଲୋକଙ୍କ ସହ ରହିବାକୁ ଉଚିତ ମଣିଥିଲେ । ମାତ୍ର ଏହି ‘ବାତ୍ୟା’ ସମୟରେ ଘରୁ ଗୋଡ଼ କାଢ଼ିଥିଲେ ଜଣେ ଆଶାକର୍ମୀ । ଆଉ ସାଜିଥିଲେ ଦେବଦୂତ୍ତ, ପାଲଟି ଯାଇଥିଲେ ବିପଦ ବେଳର ବନ୍ଧୁ । ହଁ ଆଜ୍ଞା କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକର ତାଳଚୁଆ ସବସେଣ୍ଟର ଅନ୍ତର୍ଗତ ଖାସମୁଣ୍ଡା ଗ୍ରାମର ଆଶା ଦିଦି ଶିବାନୀ ମଣ୍ଡଳ ଜଣେ ବୃଦ୍ଧାଙ୍କୁ ନିଜ ପିଠିରେ ନାଉ କରି ବାତ୍ୟା ଆଶ୍ରୟସ୍ଥଳୀକୁ ନେଇଯାଉଥିବାର ଦୃଶ୍ୟ ଭାଇରାଲ ହୋଇଛି । ଯାହାକି ଅତ୍ୟନ୍ତ ପ୍ରେରଣାଦାୟୀ ବୋଲି ସମସ୍ତେ କହିଛନ୍ତି ।
ସେପଟେ ଆଶା ଦିଦି ଶିବାନୀଙ୍କ ପାଇଁ ଛୁଟୁଛି ଶୁଭେଚ୍ଛାର ଶୁଅ । ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ଏବଂ ସ୍ବାସ୍ଥ୍ୟମନ୍ତ୍ରୀ ଜଣାଇଛନ୍ତି ଶୁଭେଚ୍ଛା ।
ସୂଚନା ଅନୁଯାୟୀ ପବନ, ବର୍ଷା ମାଡ଼କୁ ଖାତିର ନ କରି ସେ ବିପଦରେ ପଡ଼ିଥିବା ଜଣେ ବୃଦ୍ଧାଙ୍କୁ ନିଜ କାନ୍ଧରେ ବୋହି ସୁରକ୍ଷିତ ସ୍ଥାନରେ ପହଞ୍ଚାଇବାକୁ ପଛାଇ ନାହାନ୍ତି। ଏହାର ଫଟୋ ସୋଶାଲ ମିଡିଆରେ ଭାଇରାଲ ହେବା ପରେ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀଙ୍କ ସମେତ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଶିବାନୀଙ୍କୁ ସାବାସୀ ଜଣାଇ ପ୍ରଶଂସାରେ ପୋତି ପକାଇଛନ୍ତି।
ଏହାପରେ ତାଙ୍କ ନିକଟକୁ ଛୁଟିଛି ଶୁଭେଚ୍ଛାର ସୁଅ। ଶିବାନୀ ଦେବଦୁତ ସାଜି ଏହି ମହତ କାର୍ଯ୍ୟ କରିଥିବାରୁ ରାଜ୍ୟ ତଥା ରାଜ୍ୟ ବାହାରୁ ପ୍ରଶଂସାର ସୁଅ ଛୁଟିଛି। ସେ କେବଳ ଜଣେ ବୃଦ୍ଧାଙ୍କୁ ନୁହନ୍ତି, ୭ ବୃଦ୍ଧବୃଦ୍ଧାଙ୍କୁ ବାତ୍ୟା ଆଶ୍ରୟସ୍ଥଳୀରେ ପହଞ୍ଚାଇଥିବା ବେଳେ କିଛି ଗର୍ଭବତୀ ମହିଳାଙ୍କୁ ମଧ୍ୟ ହସ୍ପିଟାଲରେ ପହଞ୍ଚାଇ ପାରିଥିବା ଜଣାଯାଇଛି।
Naxatra News is now on Whatsapp
Join and get latest news update delivered to you via whatsapp
Join Now