ହିମାଳଚ ପ୍ରଦେଶରେ ଆସିପାରେ ଭୟଙ୍କର ଭୂମିକମ୍ପ

Spread the love

ନୂଆଦିଲ୍ଲୀ: ହିମାଳୟ ପର୍ବତାଞ୍ଚଳରେ ଖୁବ ଶୀଘ୍ର ଆସିପାରେ ଭୟଙ୍କର ଭୂକମ୍ପ। ନାସନାଲ ଜିଓଫିଜିକଲ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ବା ଏନଜିଆରଆଇର ବୈଜ୍ଞାନିକଙ୍କ ପକ୍ଷରୁ କରାଯାଇଛି ଏମିତି ଦାବି। ଏହି ଭୂକମ୍ପରେ ବହୁ କ୍ଷୟକ୍ଷତିର ଅଶଙ୍କା କରିଛି ସଂସ୍ଥା। ଭାରତର ଭୂତଳରେ ଥିବା ପ୍ଲେଟ ସବୁ ଲଗାତର ଖସୁଥିବାରୁ ହିମାଳୟ ପର୍ବତାଞ୍ଚଳରେ ବ୍ୟାପକ କ୍ଷତିର ଆଶଙ୍କା କରୁଛି ଏନଜିଆରଆଇ।

ଫେବୃଆରୀ ୬ରେ ତୁର୍କୀରେ ହୋଇଥିବା ବିନାଶକାରୀ ଭୂମିକମ୍ପର କରାଳତା ମନରୁ ଲିଭି ନ ଥିବା ବେଳେ ହିମାଳୟ କ୍ଷେତ୍ରରେ ଭୟଙ୍କର ଭୂମିକମ୍ପ ପାଇଁ ଚେତାଇ ଦେଲାଣି ଏନଜିଆରଆଇ। ଏହି କ୍ଷେତ୍ରରେ ତୁର୍କୀଠାରୁ ଅଧିକ ତୀବ୍ରତାର ଭୂମିକମ୍ପ ହେବ। ସଂସ୍ଥାର ମୁଖ୍ୟ ଡା ପୂର୍ଣ୍ଣଚନ୍ଦ୍ର ରାଓ କହିଛନ୍ତି କି, ହିମାଚଳ ପ୍ରଦେଶ, ନେପାଳର ପଶ୍ଚିମାଞ୍ଚଳ ଓ ଉତ୍ତରାଖଣ୍ଡରେ ଭୂକମ୍ପର ସମ୍ଭାବନା ରହିଛି। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୮ ରହିବ ବୋଲି ଅନୁମାନ କରିଛି ସଂସ୍ଥା।

ରାଓ କହିଛନ୍ତି କି, ତୁର୍କୀରେ ହୋଇଥିବା ଭୂମିକମ୍ପରେ ବହୁ ଲୋକଙ୍କ ମୃତ୍ୟୁ ହୋଇଛି ଓ ଏହାର କାରଣ ଥିଲା  ସେଠାକାର ନିର୍ମାଣ ଶୈଳୀ। ଆମେ ଭୂକମ୍ପକୁ ରୋକି ପାରିବା ନାହିଁ, କିନ୍ତୁ ସରକାରଙ୍କ ଗାଇଡ ଲାଇନର ପାଳନ କରି ମଜବୁତ କୋଠା ନିର୍ମାଣ କରିପାରିବା, ଯାହା କ୍ଷୟକ୍ଷତିକୁ ହ୍ରାସ କରିବାରେ ସହାୟକ ହେବ।

ଏଠାରେ ଉଲ୍ଲେଖ ଯୋଗ୍ୟ କି, ହିମାଳୟ କ୍ଷେତ୍ର ଭୂକମ୍ପ ପାଇଁ ସମ୍ବେଦନଶୀଳ ରହିଛି। ନିକଟ ଅତୀତରେ ଏହି ଅଞ୍ଚଳରେ ବହୁ ଛୋଟ ଛୋଟ ଭୂକମ୍ପ ଆସିଛି, ଯାହା ପ୍ରମାଣିତ କରୁଛି କି, ଏହି ଅଞ୍ଚଳର ଭୂମି ତଳେ ଏମିତି କିଛି ପରିବର୍ତ୍ତନ ହେଉଛି ଯାହା ଭବିଷ୍ୟତରେ ଏକ ବଡ ଭୂକମ୍ପର କାରଣ ହୋଇପାରେ। ୱାଡିଆ ଇନଷ୍ଟିଚ୍ୟୁଟ ଅଫ ହିମାଳୟାନ ଜିଓଲୋଜିର ବରିଷ୍ଠ ବୈଜ୍ଞାନିକ ଅଜୟ ପାଳ କହିଛନ୍ତି କି, ଭାରତୀୟ ଓ ୟୁରୋପୀୟାନ ପ୍ଲେଟ୍ ଗୁଡିକ ମଧ୍ୟରେ ଧକ୍କା କାରଣରୁ ହିମାଳୟ ଅଞ୍ଚଳରେ ଏହାର ପ୍ରଭାବ ଦେଖିବାକୁ ମିଳିଛି।  ୟୁରୋପୀୟ ପ୍ଲେଟ୍ ସବୁର ଚାପ ଭାରତୀୟ ପ୍ଲେଟ ଉପରେ ପଡୁଛି, ଯାହା ଏହି ଅଞ୍ଚଳରେ ଭାରି ଉର୍ଜା ଉତ୍ପତିର କାରଣ ହେଉଛି ଓ ଏହା ଭୂକମ୍ପ ଜରିଆରେ ମାଟିରୁ ବାହାରିଥାଏ।

ବିଗତ ଦିନରେ ୱାଡିଆ ଇନଷ୍ଟିଚ୍ୟଉଟର ରିସର୍ଚ୍ଚରେ ଖୁଲାସା ହୋଇଥିଲା କି, ହିମାଳୟ କ୍ଷେତ୍ରର ସବୁଠାରୁ ବଡ ଗ୍ଲେସିୟର ମଧ୍ୟରୁ ଗୋଟିଏ ଗଙ୍ଗୋତ୍ରୀ ଗ୍ଲେିସିୟର, ଯାହା ଗତ ୮୭ ବର୍ଷରେ ଖସିଗଲାଣି ୧.୭ କିଲେମିଟର ପର୍ଯ୍ୟନ୍ତ। ହିମାଳୟ କ୍ଷେତ୍ରର ଅନ୍ୟାନ୍ୟ ଗ୍ଲେସିୟରରେ ମଧ୍ୟ ସମାନ ହଲଚଲ ହୋଇଛି।

ଏହା ବ୍ୟତୀତ ଜୋଶୀମଠରେ ହୋଇଥିବା ଭୂମି ଧସିବ ମଧ୍ୟ ଏକ ବଡ ଧରଣର ବିପଦ ଆଡକୁ ସଙ୍କେତ ଦେଉଥିବା କୁହାଯାଇଛି। ବିଗତ ୧୫୦ ବର୍ଷରେ ହିମାଳୟ ଅଞ୍ଚଳରେ ଚାରିଟି ବଡ ଭୂକମ୍ପ ଆସିଛି। ଯେଉଁଥିରେ ୧୮୯୭ର ସିଲଙ୍ଗ ଭୂକମ୍ପ, ୧୯୦୫ର କାଙ୍ଗଡା ଭୂକମ୍ପ, ୧୯୩୪ରେ ବିହାର ନେପାଳର ଭୂକମ୍ପ ଓ ୧୯୫୦ରେ ଆସାମର ଭୂକମ୍ପ ରହିଛି। ଏହା ବ୍ୟତୀତ ୧୯୯୧ରେ ଉତ୍ତରକାଶୀରେ, ୧୯୯୯ ଚମୋଲି, ୨୦୧୫ରେ ନେପାଳରେ ବଡଧରଣର ଭୂମିକମ୍ପ ଆସିଥିଲା।  

Leave a Reply

Your email address will not be published. Required fields are marked *