କମଳପୁର ଗ୍ରାମ ନିକଟରେ ଟ୍ରକ୍ ବୋଲେରୋ ମୁହାଁମୁହିଁ ଧକ୍କା, ବୋଲେରୋ ଚାଳକ ଓ ଜଣେ ପୋଲିସଙ୍କ ମୃତ୍ୟୁ

Spread the love

ବୌଦ୍ଧ : ବୌଦ୍ଧ ଜିଲା କମଳପୁର ଗ୍ରାମ ନିକଟରେ ୫୭ ନମ୍ବର ଜାତୀୟ ରାଜପଥ ଉପରେ ଟ୍ରକ୍ ବୋଲେରୋ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଏହି ମର୍ମନ୍ତୁଦ ଦୁର୍ଘଟଣାରେ ବୋଲେରୋ ଚାଳକ ଓ ଜଣେ ପୋଲିସ ହୋମଗାର୍ଡଙ୍କ ମୃତ୍ୟୁ ହୋଇଛି l ଜଣେ ପୋଲିସ ଅଧିକାରୀଙ୍କ ସମତେ ଅନ୍ୟ ଜଣେ ହୋମଗାର୍ଡ ଗୁରୁତର ଆହତ ହୋଇଛନ୍ତି । ଉଚ ଚିକିତ୍ସା ପାଇଁ ଦୁଇ ଗୁରୁତର ପୋଲିସଙ୍କୁ କଟକ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି। ମୃତକ ହେଲେ ହୋମଗାର୍ଡ ଜଗନ୍ନାଥ ମେହେର ଓ ବେସରକାରୀ ବୋଲେରୋ ଡ୍ରାଇଭର ପ୍ରଶାନ୍ତ ରଣା । ଗୁରୁତର ଆହତ ହେଲେ ପୋଲିସ ଏଏସଆଇ ନାଗାର୍ଜୁନ ପ୍ରଧାନ ଓ ହୋମଗାର୍ଡ ସୁଶାନ୍ତ ସାହୁ । ସୂଚନାରୁ ପ୍ରକାଶ ଯେ କଟକ ଜିଲା ଆଠଗଡ ଅଂଚଳରୁ ଏକ ଚୋରି ଗାଡି ଜବତ କରିବାକୁ ବାଉଁସୁଣି ଥାନାର ଏକ ଟିମ୍ ବେସରକାରୀ ବୋଲେରୋ ଗାଡ଼ି ଯାଇଥିଲେ l କାମ ସାରିବା ପରେ ବାଉଁସୁଣି ଥାନାର ଟିମ୍ ନିଜ ଥାନା କୁ ଫେରୁଥିବା ସମୟରେ ଜହ୍ନାପଙ୍କ ଫାଣ୍ଡି ଅନ୍ତର୍ଗତ କମଳପୁର ଛକ ନିକଟରେ ସୋନପୁର ଆଡୁ ଆସୁଥିବା ଏକ ଟ୍ରକ ସହିତ ମୁହାଁ ମୁହିଁ ଧକ୍କା ହୋଇଥିଲା l ମୁହାଁ ମୁହିଁ ଧକ୍କା ଏତେ ଭୟଙ୍କର ଥିଲାଯେ ଦୁର୍ଘଟଣା ପରେ ଉଭୟ ବୋଲେରୋ ଓ ଟ୍ରକ ଟି ଓଲଟି ପଡ଼ିଥିଲା । ଘଟଣା ସ୍ଥଳରେ ହିଁ ଜଣେ ପୋଲିସ୍ ହୋମଗାର୍ଡ ଏବଂ ବୋଲେରୋ ଡ୍ରାଇଭରଙ୍କ ମୃତ୍ୟୁ ହୋଇଯାଇଥିଲା । ଗୁରୁତର ଆହତଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ବୌଦ୍ଧ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା l ଗୁରୁତର ଆହତ ଦ୍ଵୟଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ମେଡିକାଲ କଲେଜ କୁ ସ୍ଥାନାଂତର କରାଯାଇଛି l

Leave a Reply

Your email address will not be published. Required fields are marked *