ପାରାଦୀପ: ପାରାଦୀପ ଟ୍ରକ ଚୋରି ଘଟଣାରେ ଅଭୟଚାନ୍ଦପୁର ପୋଲିସ ଦ୍ବାରା ୫ ଗିରଫ । ବିହାରର ଚାନ୍ଦ ବାବୁ ନାମକ ଜଣେ ଟ୍ରକ୍ ଡ୍ରାଇଭର ଗୁଜୁରାଟରୁ ଟ୍ରକ୍ ଆଣି ପାରାଦୀପ୍ ଆସୁଥିବା ବେଳେ ଚାନ୍ଦ ବାବୁଙ୍କ ସହ ବନ୍ଧୁତା କରି ତାଙ୍କୁ ପ୍ରଚୁର ମଦ ପିଆଇ ନେଇ ଭୂତମୁଣ୍ଡାଇ ପୋଲ ଉପରୁ ନଦୀ କୁ ଠେଲି ଦେଇଥିଲେ । ପରେ ଟ୍ରକକୁ ନେଇ ମୟୁରଭଞ୍ଜ ର ଚାନ୍ଦୁଆ ଥାନା ଅଞ୍ଚଳରେ ଏକ ଢାବା ମାଲିକ ସହାୟତା ରେ ବିକ୍ରି କରିବା ପାଇଁ ଯୋଜନା କରୁଥିବା ବେଳେ ପୋଲିସ ଟ୍ରକ୍ କୁ ଜବତ କରିଛି ।
ଅଭୟଚାନ୍ଦପୁର୍ ପୋଲିସ ଘଟଣାର ତଦନ୍ତ କରି ହୁକୁମ୍ ସିଂ, ହରପାଲ ସିଂ, ଅମଜାଦ ଖାଁ, ଯୋଗେଶ୍ଵର ବାରିକ ଓ ଏସ୍ କେ ବୁଲାଉଦିନ କୁ ଗିରଫ କରିଛି । ଯୋଜନାବଦ୍ଧ ଭାବେ ଟ୍ରକ୍ ଚୋରି କରି ବିକ୍ରି କରିବାକୁ ଉଦ୍ୟମ କରାଯାଉଥିଲା। ଯୋଜନା ମୁତାବକ ଡ୍ରାଇଭର ଚାନ୍ଦ ବାବୁଙ୍କ ସହ ବନ୍ଧୁତ୍ବ କରାଯାଇଥିଲା ଓ ତାଙ୍କୁ ମଦ ପିଆଇ ପୋଲ ତଳକୁ ଫୋପାଡି ଦିଆଯାଇଥିଲା ବୋଲି ପ୍ରାରମ୍ଭିକ ତଦନ୍ତ ପରେ ପୁଲିସ କହିଛନ୍ତି। ଏହି ଘଟଣାରେ ଗିରଫ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।
Naxatra News is now on Whatsapp
Join and get latest news update delivered to you via whatsapp
Join Now