ବାଙ୍କି: ଅବହେଳିତ ଅବସ୍ଥାରେ ପଡିରହିଛି ମା ସୁନାଦେଇ ପୀଠ । କଟକ ଜିଲ୍ଲା ବାଙ୍କୀ ସଦର ମହକୁମା ଠାରୁ ମାତ୍ର ଦୁଇ କିଲୋମିଟର ଦୂର ମହାନଦୀ ଅବବାହିକାରେ ରହିଛି ସୁନାଦେଇ ମୁଣ୍ଡିଆ । ଯେଉଁଠି ଶୀତ ଦିନ ହେଲେ ପର୍ଯ୍ୟଟକଙ୍କ ଭିଡ ଲାଗି ଥାଏ । କିନ୍ତୁ ବଣ ଭୋଜି କରିବାକୁ ଆସୁବିଧାର ସମ୍ମୁଖିନ ହେଉଛନ୍ତି ପର୍ଯ୍ୟଟକ ମାନେ । ଏନେଇ ଅଧିକ ଦୃଷ୍ଟି ଦେବାକୁ କହିଛି ସେଠାକାର ବାସିନ୍ଧା ।
ଅବ୍ୟବସ୍ଥା ଘେରରେ ପଡି ରହିଛି ରାଜ ରାଜୁଡା ଅମଳର ମନ୍ଦିର । କଟକ ଜିଲ୍ଲା ବାଙ୍କୀ ସଦର ମହକୁମା ଠାରୁ ମାତ୍ର ଦୁଇ କିଲୋମିଟର ଦୂର ମହାନଦୀ ଅବବାହିକାରେ ରହିଛି ସୁନାଦେଇ ମୁଣ୍ଡିଆ । ଯେଉଁଠି ବହୁ ପୁରାତନ ଅମଳରୁ ପୂଜା ପାଇ ଆସୁଛନ୍ତି ମା, ସୁନାଦେଇ ନାମରେ । ପୂର୍ବରୁ ମା ଏହି ପାହାଡ଼ ଉପରେ ରହିଥିବା ଏକ କଇଁଆ ଗଛ ମୂଳେ ପୂଜା ପାଇ ଆସୁଥିଲେ । ପରବର୍ତ୍ତି ସମୟରେ ସ୍ଥାନୀୟ ଗ୍ରାମବାସୀ ଓ କିଛି ଧର୍ମ ପରାୟଣ ବ୍ୟକ୍ତି ମାନଙ୍କ ପ୍ରଚେଷ୍ଟାରେ ମାଙ୍କର ଏକ ଛୋଟିଆ ମନ୍ଦିର ହୋଇପାରିଥିଲା ସ୍ଥାପନ । ସେବେ ଠାରୁ ମା ଅଦ୍ୟାବଧି ଏହି ପାହାଡ଼ ଉପରେ ରହିଥିବା ମନ୍ଦିର ମଧ୍ୟରେ ପୂଜା ପାଇ ଆସୁଛନ୍ତି । ତେବେ ଏହାର ଚତୁର୍ପାର୍ଶ୍ବ ଅତି ରମଣୀୟ ଓ ପ୍ରାକୃତିକ ଦୃଶ୍ୟରାଜିରେ ରହିଛି ଭରପୁର । ମା ଙ୍କର ଏହି ପାହାଡ଼ର ପାଦଦେଶରେ ବହି ଯାଉଛି ପୂଣ୍ୟତୟା ମହାନଦୀ । ସେପଟେ ରକ୍ଷଣ ବେକ୍ଷଣ ଅଭାବ ଯୋଗୁ ଏବେ ପଡି ରହିଛି ଜରାଜୀର୍ଣ୍ଣ ଓ ଅବହେଳିତ ଅବସ୍ଥାରେ । ଏହା ସହ ରହିଯାଇଛି ପ୍ରଶାସନ ର ଦୃଷ୍ଟି ଆଢୁଆଳ ରେ ।
ସେପଟେ ଶୀତ ଋତୁରେ ମା ସୁନାଦେଇଙ୍କ ଦର୍ଶନ କରିବା ଏବଂ ଆଉ ମହାନଦୀ ର କୂଳରେ ବଣ ଭୋଜି କରିବା ପାଇଁ ପର୍ଯ୍ୟଟକଙ୍କ ଭିଡ ଲାଗି ରହିଥାଏ । କିନ୍ତୁ ଏଠି ଭୋଜିଭାତ କରିବା ପାଇଁ ପୂର୍ବରୁ ରହିଥିବା ଦୁଇ ଗୋଟି ପିଣ୍ଡି ଭାଙ୍ଗି ରୁଜି ନଷ୍ଟ ହୋଇ ଗଲାଣି । ଯେଉଁଥିପାଇଁ ବଣ ଭୋଜି କରିବାକୁ ଆସୁଥିବା ପର୍ଯ୍ୟଟକ ମାନେ ବିଭିନ୍ନ ସମୟରେ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଦେଖିବାକୁ ଗଲେ ଏହି ପୀଠଟିର ରକ୍ଷଣାବେକ୍ଷଣ ଅଭାବ ଯୋଗୁ ଏବେ ସମ୍ପୂର୍ଣ ଅବହେଳିତ ଭାବେ ପଡି ରହିଛି । ତେବେ ତୁରନ୍ତ ରାଜ୍ୟସରକାର ଏ ପୀଠଟି ଉପରେ ଦୃଷ୍ଟି ଦେବା ସହିତ ଏହାର ଉନ୍ନତି କରଣ ସାଙ୍ଗକୁ ପର୍ଯ୍ୟଟସ୍ଥଳୀ ର ମାନ୍ୟତା ଦିଅନ୍ତି ତାହାଲେ ନିଶ୍ଚିନ୍ତ ରାଜ୍ୟ ପର୍ଯ୍ୟଟନ ସ୍ଥଳୀ ରେ ଏହା ସ୍ୱତନ୍ତ୍ର ମାନ୍ୟତା ପାଇ ପାରିବ ବୋଲି କହିଛନ୍ତି କବି ଓ ସାହିତ୍ୟକ ଆଉ ବୁଦ୍ଧିଜୀବୀ ।
ମନୋଜ କୁମାର ଦଳେଇଙ୍କ ରିପୋର୍ଟ
Naxatra News is now on Whatsapp
Join and get latest news update delivered to you via whatsapp
Join Now