ଜଙ୍ଗଲ ଛାଡି ଗାଁ ମୁହାଁ ହାତୀପଲ

TAL-ELEPHANT IN VILLEGE_PKG.. WP

()ତାଳଚେର ବ୍ଲକର କଙ୍କିଳି , ଧରମପୁର ଓ ଆଖପାଖ ପାଞ୍ଚଖଣ୍ଡ  ଗାଁରେ ଉତ୍ପାତ କରୁଛନ୍ତି ହାତୀପଲ। ସନ୍ଧ୍ୟା ହେଲେ ଘରୁ ବାହାରିବା ମୁସ୍କିଲ ହେଉଛି । ବିଭିନ୍ନ ଫସଲ ନଷ୍ଟ କରିବା ସହିତ ଅଞ୍ଚଳରେ ଆତଙ୍କ ଖେଳାଉଛନ୍ତି ୫୦ ଟିକିଆ ହାତୀ ପଲ୍ଲ। ସେପଟେ ହାତୀ ଘଉଡାଇବାକୁ ସଠିକ ପଦକ୍ଷେପ ବନବିଭାଗ ନେଉନଥିବା ଅଭିଯୋଗ ହୋଇଛି ।

ଜଙ୍ଗଲ ଛାଡି ଗାଁ ମୁହାଁ ହାତୀପଲ। ସଂନ୍ଧ୍ୟା ହେଲେ ଘରୁ ବାହାରୁ ନାହାଁନ୍ତି ଲୋକେ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ତାଳଚେର ଅଞ୍ଚଳରେ । କେଉଁଠି ହାତୀପଲ ଘର ଭାଙ୍ଗି ଚାଉଳ ଖାଉଛନ୍ତି ତ ଆଉ କେଉଁଠି ଦୋକାନ ଘର ଭାଙ୍ଗି କଦଳୀ ଓ ଟମାଟୋ ଖାଉଛନ୍ତି । ଖାଲି ସେତିକି ନୁହେଁ ଗ୍ରାମର ଅନେକ ଲୋକଙ୍କ ପାଚେରୀ ଭାଙ୍ଗି କଦଳୀ ଗଛରୁ କଦଳୀ ଖାଇବା ସହ ପନିପରିବା ଚାଷକୁ ବି ନଷ୍ଟ କରୁଛନ୍ତି । ଧାନ ବିଲରେ ଫସଲ ନଷ୍ଟ କରୁଥିବାବେଳେ ସଞ୍ଚିତ ଧାନକୁ ଘରେ ପଶି ନଷ୍ଟ କରୁଛନ୍ତି । 

ସେପଟେ ହାତୀ ଘଉଡାଇବାକୁ ସଠିକ ପଦକ୍ଷେପ ନେଉ ନଥିବା ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ । ବନଅଧିକାରିଙ୍କୁ ଫୋନ କଲେ କୋଣସି ସୁଫଳ ମିଳୁନି । ଯାହାକୁ ନେଇ ଗ୍ରାମବାସୀଙ୍କ ଭିତରେ ଅସନ୍ତୋଷ ବଢିବା ସହ ଆଗାମୀ ଦିନରେ ବନ ବିଭାଗର କାର୍ଯ୍ୟାଳୟକୁ ଘେରାଉ କରିବାକୁ ସଜବାଜ ହେଉଛନ୍ତି ଗ୍ରାମବାସୀ। ଅନ୍ୟପଟେ ହାତୀ ପଲଉପରେ ନଜର ରଖାଯିବା ସହ ଖୁବଶୀଘ୍ର ହାତୀ ଗୁଡିକୁ ଘଉଡାଇବାକୁ ଉଦ୍ୟମ ଜାରି ରହିଥିବା ବନଅଧିକାରି କହିଛନ୍ତି । ସରକାରଙ୍କ ନିୟମ ଅନୁଯାୟୀ କ୍ଷୟକ୍ଷତିର ଆକଳନ କରି କ୍ଷତିପୂରଣ ଦେବା ସହ ହାତୀ ଆସୁଥିବା ସ୍ଥାନ ଗୁଡିକରେ ସୋଲାର ସିଷ୍ଟମର ପ୍ରସ୍ଥାବ ଦିଆଯାଇଥିବା କହିଛନ୍ତି ବନବିଭାଗ ।

ତେବେ ଜଙ୍ଗଲ ବିଭାଗର ସଠିକ ହାତୀ ପରିଚାଳନାରେ ବୁଝାବଣାର ଅଭାବ ଯୋଗୁଁ ଗାଁ ମୁହାଁ ହେଉଛନ୍ତି ହାତୀପଲ।

ପ୍ରଭାତ କୁମାର ପାଣିଙ୍କ ରିପୋର୍ଟ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *