କେନିଆରେ ଭୟଙ୍କର ସଡକ ଦୁର୍ଘଟଣାରେ ୫୧ ଜଣଙ୍କର ମୃତ୍ୟୁ

ନାଇରୋବି : କେନିଆରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ୫୧ ଜଣଙ୍କର ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣାରେ ୩୬ ଜଣ ଆହତ ହୋଇଛନ୍ତି, ଯେଉଁଥିରୁ ଅନେକ ଲୋକଙ୍କ ଅବସ୍ଥା ଗୁରୁତର ବୋଲି କୁହାଯାଉଛି ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏକ ସିପିଂ କଣ୍ଟେନର ନେଇ ଯାଉଥିବା ଏକ ଟ୍ରକ ପଶ୍ଚିମ କେନିଆର ଲୋଡିଆନିରେ ଅନେକ ଗାଡି ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଦ୍ରୁତ ଗତିରେ ଆସୁଥିବା ଟ୍ରକ ଅନେକ ଗଡି ଉପରେ ଚଢିଯାଇଥିଲା । ଦୁର୍ଘଟଣା ପରେ କ୍ଷତିଗ୍ରସ୍ତ ମିନିବସ୍ ଏବଂ ଟ୍ରକ୍ ସହିତ ଦୁର୍ଘଟଣାଗ୍ରସ୍ତ କାର ଏବଂ ମୋଟରସାଇକେଲର ଖଣ୍ଡ ଖଣ୍ଡ ହୋଇଥିବାର ଅନେକ ଭିଡିଓ ପ୍ରକାଶ ପାଇଛି। ଆଞ୍ଚଳିକ ପୋଲିସ କମାଣ୍ଡର ଟୋମ ଓଡେରା ପୂର୍ବରୁ ମୃତ୍ୟୁ ସଂଖ୍ୟା ୪୮ ରେ ରଖିଥିଲେ। ପରେ ଗାଡି ତଳେ ଆଉ ତିନୋଟି ମୃତଦେହ ମିଳିବା ପରେ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୫୧ ରେ ପହଞ୍ଚିଥିଲା। ଏମାନଙ୍କ ବ୍ୟତୀତ ୩୬ ଜଣ ଆହତ ହୋଇଛନ୍ତି, ସେମାନଙ୍କୁ ଡାକ୍ତରଖାନା ନିଆଯାଇଛି । ଡାକ୍ତରଖାନାରେ କିଛି ଆହତଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି ।

ଦୁର୍ଘଟଣା ସମୟରେ ସେଠାରେ ଉପସ୍ଥିତ ଥିବା ଡ୍ରାଇଭର ପିଟର ଓଟିନୋ କହିଛନ୍ତି ଯେ, ସେ ଏକ ଦ୍ରୁତଗତିରେ ଆସୁଥିବା ଏକ ଟ୍ରଲର ଦେଖିଥିଲେ । ପିଟରଙ୍କ ଅନୁଯାୟୀ, ମୁଁ ଗାଡିଟିକୁ ଘୁଞ୍ଚାଇ ଦେଇଥିଲି ଏବଂ ଧକ୍କା ହେବାରି ବର୍ତ୍ତୀ ଯାଇଥିଲି । ସେ ନିଜେ କୋଡିଏଟି ଶବ ଦେଖିଥିବାର ଏବଂ ଅନେକ ଗାଡି ତଳେ ଚାପି ହୋଇଥିବାର ଦାବି କରିଛନ୍ତି । କେନିଆ ରେଡ କ୍ରସ୍ ରିପୋର୍ଟ କହିଛି ଯେ, ଏହି ଟ୍ରକ ୬ରୁ ଅଧିକ ଗାଡିକୁ ଧକ୍କା ଦେଇଛି । ଏହା ସହିତ ଅନେକ ପଦଯାତ୍ରୀଙ୍କ ଉପରେ ମଧ୍ୟ ଚଢିଯାଇଥିଲା। ଯେଉଁମାନେ ମୃତ୍ୟୁବରଣ କରିଛନ୍ତି ସେମାନଙ୍କ ମଧ୍ୟରେ ଅନେକ ଯୁବକ ଏବଂ ବ୍ୟବସାୟୀ ଅଛନ୍ତି । ଏହି ଦୁର୍ଘଟଣାରେ କେନିଆର ରାଷ୍ଟ୍ରପତି ୱିଲିୟମ୍ ରୁଟୋ ଦୁଃଖ ପ୍ରକାଶ କରିଛନ୍ତି । ସେ ଏକ ଟ୍ୱିଟ୍‌ରେ ଲେଖିଛନ୍ତି ଯେ ଲୋଣ୍ଡିଆନୀରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ନିଜ ପ୍ରିୟଜନଙ୍କୁ ହରାଇଥିବା ପରିବାର ପାଇଁ ଦେଶ ଶୋକ କରୁଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *