ପାଖେଇ ଆସୁଛି ରାକ୍ଷୀ ପର୍ବ ।ଏନେଇ ସବୁ ସ୍ଥାନରେ ବହୁ ଭେରାଇଟ୍ ର ରକ୍ଷୀ ତିଆରୀ କରି ମାର୍କେଟରେ ବ୍ୟବସାୟ କରୁଛନ୍ତି ଲୋକ । ସେମିତି ଏକ ୟୁନିକ ବାଉଁଶ ରାକ୍ଷୀ ତିଆରି କରି ଚର୍ଚ୍ଚାରେ ମହିଳା ଗୋଷ୍ଠୀ। ବେଶ ଦୁଇ ପଇସା ଲାଭ ବାନ ହେବାର ଆଶା ରଖିଛନ୍ତି ଗୃହିଣୀ । ପ୍ରଥମ କରି ରାକ୍ଷୀ ବଜାର ରେ ମହିଳା ମାନଙ୍କ ବାଉଁଶର ହାତ ତିଆରି ସୂକ୍ଷ୍ମ ରାକ୍ଷୀ ସ୍ଥାନ ପାଇଛି। ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି କଟକ ଜିଲ୍ଲା ବାଙ୍କୀ ବିଲିପଡ଼ା ଅଂଚଳ ରେ । ମହିଳା ଘର କାମ ସାରି ଏକାଠି ହୋଇ ଏବେ ରାକ୍ଷୀ ପୂର୍ଣ୍ଣିମା କୁ ଦୃଷ୍ଟି ରେ ରଖି ଅତି ନିଆରା ଉପାୟ ଅବଲମ୍ବନ କରି ତିଆରି କରିଛନ୍ତି ବାଉଁଶ ଦ୍ୱାରା ବିଭିନ୍ନ ଭେରାଇଟ ର ଆକର୍ଷଣୀୟ ରାକ୍ଷୀ ।
Naxatra News is now on Whatsapp
Join and get latest news update delivered to you via whatsapp
Join Now