ଉତ୍ତର ପ୍ରଦେଶର ମୁରାଦାବାଦ-ବୁଲନ୍ଦସହରରେ ମର୍ମନ୍ତୁଦ ଦୁର୍ଘଟଣା। ରାସ୍ତାକଡ଼ରେ ବସିଥିବା ୯ ଜଣ ଲୋକଙ୍କୁ ଦ୍ରୁତଗତିରେ ଆସୁଥିବା ଏକ କଣ୍ଟେନର ଧକ୍କା ଦେଇଛି। ଫଳରେ ଘଟଣାସ୍ଥଳରେ ୪ ଜଣଙ୍କମୃତ୍ୟୁ ଘଟିଥିବା ବେଳେ ୫ ଜଣ ଆହତ ହୋଇଛନ୍ତି। ରାଜପୁରା ଥାନା ଅଧୀନ ପାକ୍କେ କି ମାଢ଼ିଆ ଗାଁର ଲୋକେ ସକାଳେ ଖେତରେ ବୁଲିବା ପରେ ଗାଁ ନିକଟସ୍ଥ ବୁଲନ୍ଦସହର-ମୋରାଦାବାଦକୁ ସଂଯୋଗ କରୁଥିବା ଅନୁପସହର-ସମ୍ଭାଲ ରାସ୍ତାରେ ବସି କଥା ହେଉଥିଲେ। ସମ୍ଭାଲରୁ ଦ୍ରୁତଗତିରେ ଆସୁଥିବା ଏକ କ୍ୟାଣ୍ଟର ସେମାନଙ୍କୁ ଧକ୍କା ଦେଇଥିଲା। ଯେ କ୍ୟାଣ୍ଟର ଡ୍ରାଇଭର ଭୁଲ ପାର୍ଶ୍ୱକୁ ଧକ୍କା ଦେଇଥିଲା କହିଛନ୍ତି ସ୍ଥାନୀୟବାସୀ। ତେବେ ପ୍ରଥମେ ସମସ୍ତ ଆହତଙ୍କୁ ରାଜପୁରାସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା। ପରେ ଆହତ ଓ ଗୁରୁତରମାନଙ୍କୁ ଜିଲ୍ଲା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି।
Naxatra News is now on Whatsapp
Join and get latest news update delivered to you via whatsapp
Join Now