ସୁଇସାଇଡ ନୋଟ ଲେଖି ଯୁବକଙ୍କ ଆତ୍ମହତ୍ୟା

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ସାଆନ୍ଦା ସରବେରେଣୀ ଗାଁରେ ଅଘଟଣ। ଘର କାନ୍ଥରେ ସୁଇସାଇଡ ନୋଟ ଲେଖି ଯୁବକ ଆତ୍ମହତ୍ୟା କରିଛନ୍ତି । ମୃତ ଯୁବକ ହେଲେ ସରବେରେଣୀ ଗାଁର ରାକେଶ ମହାଭୋଇ। ରାକେଶ ୨୦୨୧ ମସିହା ଜୁଲାଇ ମାସରେ ବୈଦିକ ରୀତିରେ ଢେଙ୍କାନାଳ ସହରରେ ବିବାହ କରିଥିଲେ। କିନ୍ତୁ ବିବାହ ପରେ ବୋହୁ ନିଜ ବାପାଙ୍କ ଘରେ ରହି ଆସୁଥିଲେ। ଏପରିକି ତାଙ୍କର ଅନ୍ୟତ୍ର ସମ୍ପର୍କ ଥିବା କାରଣରୁ ପୁଅ ତାଙ୍କୁ ବାରଣ କରିଥିବା ଅଭିଯୋଗ ଆଣିଛନ୍ତି ମୃତ ଯୁବକଙ୍କ ମା। ତେବେ ମାନସିକ ଚାପରେ ଥିବା ରାକେଶ ଶେଷରେ ଆତ୍ମହତ୍ୟା କରିଥିବା ନେଇ ଅଭିଯୋଗ ଆଣିଛନ୍ତି ପରିବାର ଲୋକ। ଘଟଣାସ୍ଥଳରେ ପୋଲିସ ପହଂଚି ମୃତଦେହ ଉଦ୍ଧାର କରିବା ସହ  ତଦନ୍ତ ଚଳାଇଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *