ତିନିଦିନ ଚାଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାରର ବୈଷୟିକ ସର୍ଭେ : ୪ ଘଣ୍ଟା ଦର୍ଶନ ବନ୍ଦ

ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଶ୍ରୀମନ୍ଦିର ମୁଖ୍ୟପ୍ରଶାସକ ଏବଂ ଜଷ୍ଟିସ ବିଶ୍ଵନାଥ ରଥଙ୍କ ଅଧକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା l ବୈଠକ ପରେ ଶ୍ରୀମନ୍ଦିର ରତ୍ନ ଭଣ୍ଡାର ସର୍ଭେ ପାଇଁ ଶ୍ରୀମନ୍ଦିର ଭିତରକୁ ଯାଇଛି ରାଡର୍ ଓ ହ୍ୟାଣ୍ଡଲର। ଏନଜିଆରଆଇ ମୁଖ୍ୟ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ଜଷ୍ଟିସ ବିଶ୍ୱନାଥ ରଥଙ୍କ ସମେତ ୨୨ ଜଣିଆ ଟିମ ମଧ୍ୟ ଶ୍ରୀମନ୍ଦିର ଭିତରକୁ ଯାଇଛି। ଆଜିଠାରୁ ୨୩ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ଶ୍ରୀମନ୍ଦିର ରତ୍ନଭଣ୍ଡାରର ପେନିଟ୍ରେଟ୍ଟିଂ ରାଡର ସର୍ଭେ ଚାଲିବ। ଅପରାହ୍ନ ୨ ଟା ରୁ ୬ ଟା ପର୍ଯ୍ୟନ୍ତ ବୈଷୟିକ ସର୍ଭେ କରାଯିବ। ତେବେ ସର୍ଭେ ଶେଷ ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ବୈଷୟିକ ଟିମରେ ୬ ଜଣ ସଦସ୍ୟ ରହିଛନ୍ତି। ଏନଜିଆରଆଇର ୩ ଜଣଙ୍କ ବୈଜ୍ଞାନିକଙ୍କ ସମେତ ଏଏସଆଇର ୩ ଜଣ ବିଶେଷଜ୍ଞ ସାମିଲ ରହିଛନ୍ତି। ଦୁଇଟି କଣ୍ଟ୍ରୋଲ ୟୁନିଟ, ୩ଟି ରାଡର ୟୁନିଟ ବା ଆଣ୍ଟିନା ଓ ୧ ଟି କାର୍ଟ, ଦକ୍ଷିଣ ଦ୍ଵାର ଦେଇ ଶ୍ରୀମନ୍ଦିର ଭିତରକୁ ନିଆଯାଇଛି। ୨୦୦ ,୪୦୦,୯୦୦ ମେଗାହାର୍ଜ୍ ର ତିନିଟି ଆଣ୍ଟିନା ରହିଛି । ୧୦ ମିଟର ପର୍ଯ୍ୟନ୍ତ ଅନୁସନ୍ଧାନ କରିପାରିବ ଏହି ପେନିଟ୍ରେଟିଂ ସିଷ୍ଟମ । ଭିତର ରତ୍ନଭଣ୍ଡାର ମରାମତି ପୂର୍ବରୁ ଆସିବ ଚୁଡାନ୍ତ ରିପୋର୍ଟ। ସ୍ପଷ୍ଟ ହେବ ଗୁପ୍ତ କୋଠରୀ ଓ ଗୁପ୍ତ ସୁଡ଼ଙ୍ଗ ରହସ୍ୟ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *