ବାଜିଲା ଝାଡ଼ଖଣ୍ଡ ଓ ମହାରାଷ୍ଟ୍ରର ନିର୍ବାଚନ ବିଗୁଲ

ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ନିର୍ବାଚନ ଲାଗି ବାଜିଲା ବିଗୁଲ୍। ତାରିଖ ଘୋଷଣା କଲେ ନିର୍ବାଚନ କମିଶନ। ମହାରାଷ୍ଟ୍ର ବିଧାନସଭାର କାର୍ଯ୍ୟକାଳ ନଭେମ୍ୱର ୨୬ ଓ ଝାଡ଼ଖଣ୍ଡ ବିଧାନସଭାର କାର୍ଯ୍ୟକାଳ ଜାନୁଆରୀ ୫, ୨୦୨୫ରେ ସରୁଛି। ମହାରାଷ୍ଟ୍ରର ୨୮୮ ଆସନରେ ଗୋଟିଏ ପର୍ଯ୍ୟାୟରେ ଭୋଟ୍ ହେବ। ସେହିଭଳି ଝାଡ଼ଖଣ୍ଡର ୮୧ ଆସନରେ ୨ଟି ପର୍ଯ୍ୟାୟରେ ଭୋଟ୍ ହେବ। ନଭେମ୍ୱର ୨୩ରେ ଗଣତି। ମହାରାଷ୍ଟ୍ରରେ ମହାଅଗାଡି ମେଣ୍ଟ ବନାମ ମହାୟୁତି ମେଣ୍ଟ ଲଢ଼େଇ ଦେଖିବାକୁ ମିଳିବ। ସେପଟେ ଝାଡ଼ଖଣ୍ଡରେ ଜେଏମଏମ ମେଣ୍ଟ ବନାମ ବିଜେପି ଫାଇଟ୍ ଦେଖିବାକୁ ମିଳିବ। ନଭେମ୍ୱର ୨୦ରେ ମହାରାଷ୍ଟ୍ର ନିର୍ବାଚନ। ନଭେମ୍ୱର ୧୩ ଓ ୨୦ରେ ଝାଡ଼ଖଣ୍ଡ ନିର୍ବାଚନ। ନଭେମ୍ୱର ୨୩ରେ ରେଜଲ୍ଟ। ମହାରାଷ୍ଟ୍ରରେ ବିଜେପି, ଶିବସେନା ଓ ଅଜିତ ପାଓ୍ୱାରଙ୍କ ଏନସିପିର ମହାୟୁତି ମେଣ୍ଟ ସହ ଟକ୍କର ଦେବ  କଂଗ୍ରେସ, ଶରଦପାଓ୍ୱାରଙ୍କ ଏନସିପି-ଏସପି ଓ ଉଦ୍ଧବ ଠାକରେଙ୍କ ୟୁବିଟି ମହାଅଗାଡ଼ି ମେଣ୍ଟ। ଝାଡ଼ଖଣ୍ଡରେ ଶାସକ ଜେଏମଏମ ସହ ଲଢ଼େଇ ହେବ ଏନଡିଏ ମେଣ୍ଟର। ଜେଏମଏମ ନେତୃତ୍ୱାଧୀନ ମେଣ୍ଟରେ କଂଗ୍ରେସ ଓ ଆରଜେଡି ରହିଛି। ସେପଟେ ଏନଡିଏ ମେଣ୍ଟରେ ଅଲ ଝାଡ଼ଖଣ୍ଡ ଷ୍ଟୁଡେଣ୍ଟ୍ସ ୟୁନିଅନ, ଜେଡିୟୁ ଓ ବିଜେପି।ତାରିଖ ଘୋଷଣା ପରେ ମହାରାଷ୍ଟ୍ର ରାଜନୀତି ଘମାସାନ ହୋଇଛି। ମହାରାଷ୍ଟ୍ରର ମର୍ଯ୍ୟାଦା ଓ ଗାରିମା ରକ୍ଷା କରିବାକୁ ଏଥର ଲୋକେ ପ୍ରତିଶୋଧ ନେବେ ବୋଲି କହିଛି କଂଗ୍ରେସ। ଗୁଜରାଟର ପାଦ ତଳେ ମହାରାଷ୍ଟ୍ରର ମର୍ଯ୍ୟାଦାକୁ ପକାଇଦେଇଛି ଏବେକାର ସରକାର। ଏଥିଲାଗି ଏଥର ମହାଅଗାଡ଼ି ମେଣ୍ଟକୁ କ୍ଷମତାସୀନ କରିବେ ଭୋଟର ବୋଲି କହିଛନ୍ତି ବିରୋଧୀ ଦଳ ନେତା ବିଜୟ ଓ୍ୱାଡ଼େଟ୍ଟିୟାର। ଶାସକ ଦଳ କହିଛି, ବିକାଶକୁ ଦେଖି ମହାରାଷ୍ଟ୍ରବାସୀ ପୁଣି ଥରେ ଆସ୍ଥାପ୍ରକଟ କରିବେ। ଦୁର୍ନୀତିଗ୍ରସ୍ତ ମେଣ୍ଟକୁ ପୁଣି ପ୍ରତ୍ୟାଖ୍ୟାନ କରିବେ। ଗଲା ୫ ବର୍ଷ ଭିତରେ ଉଦ୍ଧବ ଠାକରେଙ୍କ ସରକାରରେ ବିଦ୍ରୋହରୁ କ୍ଷମତାକୁ ଆସିଥିଲା ଏକନାଥ ସିନ୍ଦେଙ୍କ ସରକାର। ୨୦୨୨ରେ ୪୦ ବିଧାୟକଙ୍କୁ ଧରି ବିଜେପି ସହ ସରକାର କରିଲେ ସିନ୍ଦେ ଓ ନୂଆ ସରକାରର ନେତୃତ୍ୱ ନେଇଛନ୍ତି ଆଜିଯାଏଁ। ସେହିଭଳି ୨୦୨୩ରେ ଏନସିପିରେ ବିଦ୍ରୋହ କରି ଶରଦ ପାଓ୍ୱାରଙ୍କଠୁ ଅଲଗା ହୋଇଯାଇଥିଲେ ଅଜିତ ପାଓ୍ୱାର୍। ଆଉ ୪୦ ବିଧାୟକଙ୍କୁ ନେଇ ବିଜେପି ମେଣ୍ଟ ସରକାରରେ ସାମିଲ୍ ହୋଇଗଲେ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *