ସୋନୀ ନେଟୱର୍କ ପ୍ରାୟୋଜିତ ରିଆଲିଟି ଶୋ ଇଣ୍ଡିଆନ ଆଇଡ଼ଲ-୧୫ତମ ସଂସ୍କରଣ ଏବେ ଲୋକଙ୍କ ପ୍ରଶଂସା ସାଉଣ୍ଟୁଛି । ମନୋରଞ୍ଜନ ଭିତ୍ତିକ ଏହି ଶୋ’ରେ ପ୍ରାରମ୍ଭିକ ପର୍ଯ୍ୟାୟକୁ ଉତ୍ତୀର୍ଣ୍ଣ ହୋଇଛନ୍ତି ସହିଦନଗର ନିବାସୀ ବାଇକର୍ ତଥା ବ୍ଲଗର ଇପ୍ସିତ ପତି । ବର୍ତ୍ତମାନ ସେ ସୋଆ ବିଶ୍ୱବିଦ୍ୟାଳୟରେ ମ୍ୟାନେଜେମେଣ୍ଟ ଛାତ୍ର । ଇପ୍ସିତ ତାଙ୍କର ସୁଲଳିତ ସ୍ୱରରେ ବାଦଶାହ, ବିଶାଲ ଓ ଶ୍ରେୟା ଘୋଷାଲଙ୍କ ଭଳି ସଂଗୀତ ବିଶାରଦଙ୍କ ହୃଦୟ ଜିତି ଗୋଲଡେନ୍ ଟିକେଟ ପାଇଥିଲେ । ପ୍ରାରମ୍ଭିକ ପର୍ଯ୍ୟାୟରେ “କବିର ସିଂ’ ସିନେମାର “କୈସେ ହୁଆ’ ଗୀତ ଗାଇବା ପରେ ବିଚାରପତି ବାଦଶାହ ଇପ୍ସିତଙ୍କୁ ସୁରୋଂ କା ଷ୍ଟ୍ରାଇକର୍ ବୋଲି କହିଥିଲେ। ତିନି ବିଚାରପତି ଠିଆ ହୋଇ ପ୍ରଶଂସା କରିଥିଲେ ଏହା ସହିତ ଅମିତାଭ ବଚ୍ଚନଙ୍କ ରିୟାଲିଟି ଶୋ ‘କୌନ ବନେଗା କରୋଡପତି’ ରେ ଇଣ୍ଡିଆନ ଆଇଡଲର ପ୍ରଚାର ପାଇଁ ଇପ୍ସିତଙ୍କୁ ଡକାଯାଇଥିଲା । ସେଠାରେ ମଧ୍ୟ ସେ ତାଙ୍କର ଯାଦୁଗରୀ ସଂଗୀତ ପରିବେଷଣରେ ଅମିତାଭଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ । ପିଲାଟି ଦିନରୁ ଗୀତ ପ୍ରତି ଆକୃଷ୍ଟ ଇପ୍ସିତ ପତି ଓଡ଼ିଶାର ବିଭିନ୍ନ ସଂଗୀତ ପ୍ରତିଯୋଗିତାରେ ଭାଗ ନେଇ ଅନେକ ପୁରସ୍କାର ପାଇଥିଲେ । ଇଣ୍ଡିଆନ ଆଇଡଲ୍ ରେ ଆଗକୁ ଯିବା ପାଇଁ ତାଙ୍କ ସାଧନା ସହିତ ପ୍ରଭୁ ଶ୍ରୀଜଗନ୍ନାଥ ଓ ଓଡ଼ିଶାବାସୀଙ୍କର ଶୁଭେସ୍ଛା ଓ ସାହାଯ୍ୟ ଭିକ୍ଷା କରିଛନ୍ତି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now