ସହରରେ ବଢ଼ୁଛି ବସ୍ତି ଲୋକଙ୍କ ସଂଖ୍ୟା। ସମୁଦାୟ ପାଞ୍ଚ ମହାନଗର ନିଗମରେ ରହୁଛନ୍ତି 195095 ବସ୍ତି ପରିବାର। ଯେଉଁଥିରେ ଭୁବନେଶ୍ୱରରେ ସର୍ବାଧିକ ବୋଲି ଗୃହରେ ଲିଖିତ ଉତ୍ତର ରଖିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ମହାପାତ୍ର। ଭୁବନେଶ୍ୱରରେ ସର୍ବାଧିକ ଲୋକ ବସ୍ତିରେ ରହୁଛନ୍ତି। ଭୁବନେଶ୍ୱର ମହାନଗର ନିଗମ ଅଧୀନରେ ବସ୍ତିରେ ରହୁଛନ୍ତି 80 ହଜାର 520 ପରିବାର। କଟକ ମହାନଗର ନିଗମ ଅଧୀନ ବସ୍ତିରେ 23 ହଜାର 296 ପରିବାର ଓ ରାଉରକେଲା ମହାନଗର ନିଗମ ଅଧୀନ ବସ୍ତିରେ 38 ହଜାର 970 ପରିବାର ଓ ସମ୍ବଲପୁର ମହାନଗର ନିଗମ ଅଧୀନ ବସ୍ତିରେ ରହୁଛନ୍ତି 36 ହଜାର 745 ପରିବାର। ସେହିପରି ବ୍ରହ୍ମପୁର ମହାନଗର ନିଗମ ଅଧୀନ ବସ୍ତିରେ 15 ହଜାର 564 ପରିବାର ବାସ କରୁଛନ୍ତି।
Naxatra News is now on Whatsapp
Join and get latest news update delivered to you via whatsapp
Join Now