ଆଜି ବି ମନେପଡନ୍ତି ଲତାଜୀ…   

ଭାରତ ରତ୍ନ  ଏବଂ ସ୍ୱରର ରାଣୀ ଭାବରେ ପ୍ରସିଦ୍ଧ ଲତା ମଙ୍ଗେସକର ଆଜି ନାହାନ୍ତି ସତ, କିନ୍ତୁ ଆଜି ବି ସମସ୍ତେ ତାଙ୍କୁ ମନେ ରଖିଛନ୍ତି। ସେ ସବୁବେଳେ ଲୋକଙ୍କ ହୃଦୟରେ ଅମର ହୋଇରହିବେ। ତେବେ ଆଜି ହେଉଛି ତାଙ୍କର ୩ୟ ଶ୍ରାଦ୍ଧ ବାର୍ଷିକୀ। ଫେବୃଆରୀ ୬ ତାରିଖ ୨୦୨୨ ମସିହାରେ ୯୨ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଥିଲା। ହେଲେ ସଙ୍ଗୀତ ଏବଂ କଳାଜଗତରେ  ତାଙ୍କର ଆବଦାନ ଏବେ ବି ଲୋକଙ୍କ ହୃଦୟରେ ଜିବୀତ। ଭାରତର ସ୍ୱର, ବୁଲବୁଲ ଏବଂ କୋକିଳା ଭଳି ନାମରେ ଜଣାଶୁଣା ଲତା ମଙ୍ଗେସକର ସବୁବେଳେ ଆମମାନଙ୍କ ହୃଦୟରେ ରହିବେ। ଆଜି ବି ତାଙ୍କ କଣ୍ଠସ୍ୱର ସହ ଯୋଡି ହୋଇଛନ୍ତି ଲକ୍ଷ ଲକ୍ଷ ଲୋକ। ଏବଂ ତାଙ୍କ ଏବେ ବି ଲୋକଙ୍କ ହୃଦୟରେ ପ୍ରତିଧ୍ୱନିତ ହୁଏ। ତାଙ୍କର କଣ୍ଠସ୍ୱର ସମଗ୍ର ବିଶ୍ୱକୁ ମନ୍ତ୍ରମୁଗ୍ଧ କରିଥିଲା। ୨୭ ସିପ୍ଟେମ୍ୱର ୧୯୨୯ ମସିହା ଇନ୍ଦୋରରେ ତାଙ୍କର ଜନ୍ମ ହୋଇଥିଲା। ତେବେ ତାଙ୍କର ଅସଲି ନାମ ହେଉଛି ହେମା। କିନ୍ତୁ ସେ ଏକ ପ୍ରସିଦ୍ଧ ନାଟ୍ୟ ଚରିତ୍ର ଲତିକାଙ୍କ ଦ୍ୱାରା ପ୍ରେରିତ ହୋଇ ତାଙ୍କ ନାମକୁ ଲତା ରଖିଥିଲେ। ଏହି ନାଁ ତାଙ୍କ ପିତାଙ୍କ ଦ୍ୱାରା ଭାବ ବନ୍ଧନ ନାଟକର ଏକ ଚରିତ୍ରର ନାମରୁ ନିଆଯାଇଥିଲା। ଯିଏ ଜଣେ ନାଟ୍ୟ ଅଭିନେତା ଏବଂ ଶାସ୍ତ୍ରୀୟ ଗାୟକ ଥିଲେ। ଲତା ବହୁ କମ ବୟସରୁ ସଙ୍ଗୀତ ଶିକ୍ଷା ଗ୍ରହଣ କରିଥିଲେ। ମାତ୍ର ୫ ବର୍ଷ ବୟସରେ ସେ ଗୀତ ଗାଇବା ଆରମ୍ଭ କରିଥିଲେ। ୧୯୩୮ ମସିହାରେ ୯ ବର୍ଷ ବୟସରେ ଶୋଲାପୁରର ଥିଏଟରରେ ନୃତ୍ୟ ପରିବେଷଣ କରିଥିଲେ। ୧୯୪୨ ମସିହାରେ ସେ ମରାଠୀ ଚଳଚ୍ଚିତ୍ର କିଟି ହସାଲ ପାଇଁ ତାଙ୍କର ଗୀତ ରେକର୍ଡ କରିଥିଲେ। କିନ୍ତୁ ଗୀତକୁ ଚଳଚ୍ଚିତ୍ରର ଶେଷ ଭାଗରେ ହିଁ ହଟାଇ ଦିଆଯାଇଥିଲା। ପରେ ସେ ଗାଇଥିବା ଦେଶାତ୍ମବୋଧକ ଗୀତ ଏ ମେରେ ବତନ କେ ଲୋଗୋ ଜବାହରଲାଲ ନେହେରୁଙ୍କୁ ଭାବପ୍ରବଣ କରାଇ ଦେଇଥିଲା। ନେହେରୁ ମଧ୍ୟ ଏହାକୁ ଶୁଣି କାନ୍ଦି ପକାଇଥିଲେ। ଲତା ଜୀ ୨୫,ହଜାର ଗୀତ ରେକର୍ଡ କରିଛନ୍ତି। ହେଲେ ଆଜି ବି ତାଙ୍କୁ ଲୋକେ ମନେପକାଇ ତାଙ୍କ ହୃଦୟରେ ଜୀବିତ ରଖିଛନ୍ତି।  

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *