ଏମିତି JOKE- ସମାଜ ଗ୍ରହଣ କରିବ ତ ?

 ଅଭିବ୍ୟକ୍ତିର ସ୍ୱାଧୀନତା ଆଳରେ ମର୍ଯ୍ୟାଦା ପାର୍ କରିଗଲେ ଦୁଇ ୟୁଟ୍ୟୁବର। ଆପତ୍ତିଜନକ ମନ୍ତବ୍ୟ ଦେଇ ଫସିଲେ କମେଡିଆନ ସମୟ ରୈନା। ବାକ୍ ସ୍ୱାଧୀନତାର ଅଶ୍ଳୀଳତା ଟପିଗଲା। ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟରେ ମା ବାପାଙ୍କ ସମ୍ଭୋଗ ସମ୍ପର୍କରେ କହି ନୈତିକତାର ଅତି ତଳକୁ ଖସିଯାଇଛନ୍ତି ଦୁଇ ୟୁଟ୍ୟୁବର ରଣବୀର ଇଲାହାବାଦିଆ ଓ ସମୟ ରୈନା। ଯାହାଙ୍କ ମନ୍ତବ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।  ମାଆଙ୍କ ଉପରେ ଆପତ୍ତିଜନକ ଶବ୍ଦ, ମହିଳାଙ୍କ ଶରୀରକୁ ନେଇ ଥଟ୍ଟା ତାମସା ବିଲକୁଲ ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି ପୂର୍ବତନ ଜାତୀୟ ମହିଳା ଆୟୋଗ ଅଧ୍ୟକ୍ଷା। ଏନସିଡବ୍ଲୁ ଅଧ୍ୟକ୍ଷାଙ୍କୁ ଏ ଭିଡ଼ିଓ ପଠାଇ ତୁରନ୍ତ ଏହାକୁ ନିଜଆଡ଼ୁ ସଂଜ୍ଞାନ ନେଇ ଆକ୍ସନ ନେବାକୁ ଦାବି କରିଛନ୍ତି ରେଖା ଶର୍ମା।

ସେପଟେ ଏ ନେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ। କିଛି କଥାକୁ ଅତି କଦର୍ଯ୍ୟ ଢଙ୍ଗରେ ପରିବେଷଣ ହୋଇଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ସମାଜରେ ଏଭଳି ମର୍ଯାଦାହାନୀ ବିବୃତ୍ତିକୁ ବରଦାସ୍ତ କରାଯିବନି। ବାକ୍ ସ୍ୱାଧୀନତା ନାଁରେ ଅନ୍ୟ ସ୍ୱାଧୀନତା ଉପରେ ଏହା ଜବରଦଖଲ। ସେପଟେ ରଣବୀର ଓ ସମୟଙ୍କ ସପକ୍ଷରେ ବାହାରିଛନ୍ତି ଅଭିଷକ ମହ୍ଲାନ। ଏହା ଏକ ଥଟ୍ଟାମଜାକର ସୋ। କିନ୍ତୁ ଆଶ୍ଚର୍ଯ୍ୟର କଥା, ଲୋକେ ଥଟ୍ଟାତାମସାକୁ ବି ବଡ଼ ପ୍ରସଙ୍ଗ କରୁଛନ୍ତି।

 ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ଭାବେ ମର୍ଯ୍ୟାଦା ଉଲ୍ଲଂଘନ କରିଛନ୍ତି ଏହି ଦୁହେଁ। ଆଗକୁ ଏ ମାମଲା କି ମୋଡ଼ ନେଉଛି, ତା ଉପରେ ସମସ୍ତଙ୍କ ନଜର। ରଣବୀର ଓ ସମୟଙ୍କ ବିରୁଦ୍ଧରେ ଏତଲା ହୋଇଛି। ଏହା ବ୍ୟତୀତ ଅପୂର୍ବା ମଖିଜାଙ୍କ ସମେତ ଆୟୋଜକଙ୍କ ବିରୁଦ୍ଧରେ ବି ଏତଲା ରୁଜ ହୋଇଛି। ସୋସିଆଲ ମିଡିଆରେ ସମାଜର ଦୁଇ ଭାଇରସ ବୋଲି ଅନେକ ସମାଲୋଚନା କରିଛନ୍ତି। ଡାର୍କ କମେଡି ନାଁରେ ଅଶ୍ଳୀଳତା କେତେଦୂର ଗ୍ରହଣୀୟ, ତାକୁ ନେଇ ବିତର୍କର ଝଡ଼ ବୋହିଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *