ଫିଲ୍ମ ଫ୍ରାଏଡେ ରେ ରିଲିଜ ହେଲା ନୂଆ ଓଡ଼ିଆ ଫିଲ୍ମ “ଭାଲେଣ୍ଟାଇନ୍”। ଚନ୍ଦ୍ରବତୀ ଭିଜନ ବ୍ୟାନର ରେ ନିର୍ମିତ ଏହି ଫିଲ୍ମଟି ପ୍ରେମ ସମ୍ପର୍କ ଓ ସଂଘର୍ଷମୟ ଜୀବନ ଉପରେ ଆଧାରିତ ହୋଇଛି। ମୁଖ୍ୟ ଭୂମିକା ରେ ଅଭିନେତା ସମ୍ବିଦ ସହ ନାୟିକା ବର୍ଷା ନଜର ଆସିଛନ୍ତି। ଆଜି ସାରା ଓଡ଼ିଶାର ସିନେମା ହଲରେ ଏହି ଫ୍ଲିମ ରିଲିଜ ହୋଇଥିବା ବେଳେ ଦର୍ଶକଙ୍କୁ ବେଶ ପସନ୍ଦ ଆସିବ ବୋଲି ଆଶା ରଖିଛନ୍ତି ପୁରା ଟିମ।
ପ୍ରେମ ସମ୍ପର୍କ ଓ ପରିବାର ର ସଂଘର୍ଷମୟ ଜୀବନ କୁ ନେଇ ଚନ୍ଦ୍ରବତୀ ଭିଜନ ବ୍ୟାନର ରେ ନିର୍ମିତ ହୋଇଛି ତୃତୀୟ ଫିଲ୍ମ “ଭାଲେଣ୍ଟାଇନ୍”। ଫ୍ଲିମ ଫ୍ରାଇଡେରେ କଟକ ବୃନ୍ଦାବନ ହଲ ରେ ଫିଲ୍ମଟି ର ପ୍ରିମିୟର କରାଯାଇଛି। ଫାଷ୍ଟ ଡେ ଫାଷ୍ଟ ଶୋ କୁ ଦେଖିବା ପାଇଁ ଦର୍ଶକଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ଫ୍ୟାନ ମାନେ ନିଜ ପସନ୍ଦର ଷ୍ଟାର ମାନଙ୍କ ସହ ସେଲ୍ଫି ନେଇ ଖୁସିଥିଲେ। ଫ୍ଲିମ ର ଲିଡ଼ ରୋଲ ରେ ନବାଗତ ନାୟକ ସମ୍ବିଦ କୁମାର ଥିବାବେଳେ ତାଙ୍କ ଅପୋଜିଟ ରେ ନାୟିକା ଅଛନ୍ତି ବର୍ଷା ଦାସ। ଫିଲ୍ମଟି ର କାହାଣୀ ରହସ୍ୟମୟ ରୋମାଞ୍ଚ ଭରି ରହିଛି । କିଭଳି ସମାଜରେ ରହିବା ପାଇଁ ସଂଘର୍ଷ କରିବାକୁ ପଡିଛି ଏବଂ ପାଗଳ ହୋଇ ମଧ୍ୟ ସଂଘର୍ଷକୁ ସମ୍ନା କରି ମୁଖ୍ୟ ସ୍ରୋତକୁ ଫେରିଛନ୍ତି । ସେଭଳି ଏକ ଚରିତ୍ର ନେଇ ପରଦାରେ ଧମାଲ କରିଛନ୍ତି ନାୟକ ସମ୍ବିଦ ଯାହାକି ଦର୍ଶକଙ୍କୁ ବେଶ୍ ଭଲ ଲାଗିବ ବୋଲି ଆଶା ରହିଛନ୍ତି ପୁରା ୟୁନିଟ ।
ତେବେ ସଂଳାପ ଚିତ୍ରନାଟ୍ୟ ଓ ନିର୍ଦେଶନା ମାନସ ସାହୁ ଫିଲ୍ମଟିର ନିର୍ଦେଶନା ଭାର ସମ୍ଭାଳି ଥିବା ବେଳେ କାହାଣୀ ଓ ପ୍ରଯୋଜନା ଦାଇତ୍ୱ ରେ ରହିଛନ୍ତି ସମ୍ବିଦ କୁମାର ସାହୁ।ସେହିଭଳି ଲଭ, ଫାଇଟ୍, କମେଡି ସହ ଫ୍ୟାମିଲି ଡ୍ରାମା ଲୋକଙ୍କୁ ବେଶ ଆକର୍ଷିତ କରିବ ବୋଲି ଫିଲ୍ମର ପୁରା ଟିମ୍ ଆଶା ରଖିଛି । ଅନ୍ୟପଟେ ଏହି ସିନେମାର ଯିଏ ନାୟକ ରହିଚନ୍ତି ସେ ପୂର୍ବରୁ ଅର୍ଦ୍ଧନାରୀ ନାମକ ଏକ ଚଳଚ୍ଚିତ୍ର ମଧ୍ୟ କରି ଲୋକଙ୍କ ଭଲପାଇବା ସାଉଁଟିଛନ୍ତି । ଆଗାମୀ ଦିନରେ ଆହୁରି ଅନେକ ହିଟ୍ ସିନେମା ଭେଟି ଦିଆଯିବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ କୁହାଯାଇଛି । ଫିଲ୍ମଟିରେ ମୋଟ 7 ଗୋଟି ଗୀତ ଥିବା ବେଳେ ଏହାର ସଙ୍ଗୀତ ନିର୍ଦେଶନା ଦେଇଛନ୍ତି ଶ୍ରୀନିବାସ ବିଶ୍ୱାଳ। ଟାଇଟଲ ସଙ୍ଗୀତ ତୁ ମୋ ଭାଲେଣ୍ଟାଇନ ଠାରୁ ଆରମ୍ଭ କରି ସମସ୍ତ ଗୀତ ଗୁଡିକ ବେଶ ମନଛୁଆଁ ହୋଇଥିବା କହିଛନ୍ତି ସଙ୍ଗୀତ ନିର୍ଦ୍ଦେଶକ ।
ତେବେ ଲଭ, ରୋମାନ୍ସ, ଆକ୍ସନ ଓ ପାରିବାରିକ ଜୀବନ ଉପରେ ଆଧାରିତ ଏହି ଓଡ଼ିଆ ସିନେମାକୁ ଦର୍ଶକ କେତେ ପସନ୍ଦ କରୁଛନ୍ତି ତାହା ଆଗାମୀ ଦିନରେ ହିଁ ଜଣା ପଡିବ ।

Naxatra News is now on Whatsapp
Join and get latest news update delivered to you via whatsapp
Join Now