ଦିଗ୍‌ବିଜୟଙ୍କ ସମେତ ୫ ନେତାଙ୍କ ବିରୋଧରେ ମାମଲା

Spread the love

ଜୟପୁର: ରାଜସ୍ଥାନର ଜାଲୋରରେ ଜଣେ ଦଳିତ ଛାତ୍ର ମୃତ୍ୟୁ ମାମଲାରେ ପୁଲିସ ପାଞ୍ଚ ଜଣ ରାଜନେତାଙ୍କ ନାମରେ ମାମଲା ଦାୟର କରିଛି। ମଧ୍ୟପ୍ରଦେଶର ପୂବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ଦିଗ୍‌ବିଜୟ ସିଂହ, ଉଦିତରାଜ, ସନ୍ଦୀପ ସିଂହ, ହଂସରାଜ ମିଣା ଓ ଗୌତମ କସ୍ୟପଙ୍କ ବିରୋଧରେ ମାମଲା ହୋଇଛି।

ଜାଲୋରର ଦଳିତ ଛାତ୍ରର ଶିକ୍ଷକଙ୍କ ମାଡରେ ମୃତ୍ୟୁ ଘଟଣା ଧୀରେ ଧୀରେ ରାଜନୈତିକ ମୋଡ ନେଉଛି। ଥାନାରେ ପୂର୍ବତନ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଦିଗବିଜୟଙ୍କ ସମେତ ୫ ଜଣଙ୍କ ବିରୋଧରେ ଅଭିଯୋଗ କରିଛନ୍ତି। ଅଭିଯୋଗକାରୀ ଅଭିଯୋଗ କରିଛନ୍ତି କି, ଦିଗବିଜୟ, ଉଦିତ ରାଜ, ସନ୍ଦୀପ ସିଂହ, ହଂସରାଜ ଓ ଗୌତମ ସ୍କୁଲକୁ ଆରଏସଏସ ସଂଗଠନ କହିଥିଲେ ଓ ଦିଗବିଜୟ ଅଭିଯୁକ୍ତ ଶିକ୍ଷକଙ୍କୁ ଆରଏସଏସରେ ସାମିଲ କରାଇଥିଲେ।

ଅଭିଯୋଗରେ ଆହୁରି ଉଲ୍ଲେଖ ରହିଛି କି, ଏହି ନେତାମାନେ ଟ୍ବିଟର ମାଧ୍ୟମରେ ହିନ୍ଦୁ ସମାଜର ଗୋଟିଏ ବର୍ଗକୁ ସଂଘ ବିରୋଧରେ ବ୍ୟବହାର କରୁଥିଲେ। ଗେହଲଟ ସରକାର ଦଳିତ ଛାତ୍ରର ମୃତ୍ୟୁ ମାମଲାରେ ପରିବାରର ଦାବି ଉପରେ ଏସଆଇଟି ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଯାଞ୍ଚ ଦେବାରାମ ଚୌଧୁରୀଙ୍କ ଅଧ୍ୟକ୍ଷତାରେ ହେବ।

ସେପଟେ ଏହି ମାମଲାରେ କଂଗ୍ରେସ ନେତା ସଚିନ ପାଇଲଟ ନିଜ ସରକାର ଉପରେ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି କି, ପୁଣି କୌଣସି ଘଟଣାହେଲେ ହିଁ ଆମେ ଆକ୍ସନ ନେବା। ଏପରି ବ୍ୟବସ୍ଥାକୁ ବଦଳିବାକୁ ହେବ। ସ୍ବାଧୀନତାର ୭୫ ବର୍ଷ ପୂରି ଯାଇଥିଲେ ମଧ୍ୟ ଯେଉଁ ଭାବେ ଜାତିଗତ ବିଭେଦ ରହିଛି ଓ ଯେଉଁଭଳି ଘଟଣା ଘଟୁଛି ତାହା ବହୁ ବଡ ପ୍ରଶ୍ନ ଠିଆକରିଛି।

Leave a Reply

Your email address will not be published. Required fields are marked *