ସହରାଞ୍ଚଳ ରୂପାନ୍ତରଣ ଉପରେ ନିର୍ବାଚିତ ପୌର ପ୍ରତିନିଧିଙ୍କୁ ନେଇ କର୍ମଶାଳା

Spread the love

ଭୁବନେଶ୍ୱର : ସରକାରଙ୍କ ୫ଟି ପଦକ୍ଷେପ ଅନୁଯାୟୀ ଆଜି ସହରାଂଚଳ ରୂପାନ୍ତରଣ ଉପରେ ପୌର ସଂସ୍ଥାଗୁଡ଼ିକର ର୍ନିବାଚିତ ପ୍ରତିନିଧୀଙ୍କୁ ନେଇ ଏକ ଦିନିକିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ଲୋକସେବାଭବନରେ ଅନୁଷ୍ଠିତ ଏହି କର୍ମଶାଳାରେ ବିଭିନ୍ନ ପୌରସଂସ୍ଥାର ଅଧ୍ୟକ୍ଷ, ଉପାଧ୍ୟକ୍ଷ, କାଉନସିଲରମାନେ ଯୋଗ ଦେଇଥିଲେ ।

ଏହି କର୍ମଶାଳାର ମୂଳ ଉଦ୍ଦେଶ୍ୟ ହେଉଛି ପୌରାଂଚଳରେ ଜାରି ରହିଥିବା ବିଭିନ୍ନ କାର୍ଯ୍ୟକ୍ରମ ସଂକ୍ରାନ୍ତରେ ନିର୍ବାଚିତ ପ୍ରତିନିଧିମାନଙ୍କୁ ସଚେତନ କରିବା ଏବଂ ଏହା କିଭଳି ରାଜ୍ୟର ପୌରାଂଚଳରେ ଥିବା ଗରିବ ଲୋକଙ୍କ ଉପକାରରେ ଆସିବ ତାହାକୁ ବ୍ୟବସ୍ଥିତ ଢଙ୍ଗରେ କାର୍ଯ୍ୟକାରୀ କରିବା ।

ରାଜ୍ୟ ପୌର ନିର୍ଦ୍ଦେଶକ ସଂଗ୍ରାମଜିତ ନାୟକ କହିଥିଲେ ଯେ ର୍ନିବାଚିତ ପ୍ରତିନିଧୀଙ୍କ ସକ୍ରିୟ ଯୋଗଦାନ ଦ୍ୱାରା ସହରାଂଚଳ ରୂପାନ୍ତରଣରେ ବଡ ପରିବର୍ତନ ଅଣାଯାଇ ପାରିବ । ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ବଜେଟରେ ବ୍ୟାପକ ବୃଦ୍ଧିକୁ ଦୃଷ୍ଟିରେ ରଖି ସମସ୍ତ ର୍ନିବାଚିତ ପ୍ରତିନିଧୀମାନେ ନିଜ ନିଜର ସହରକୁ ସୁନ୍ଦର କରିବା ପାଇଁ ଅଧିକ ଲୋକକୈନ୍ଦ୍ରିକ ସୁବିଧା ସୃଷ୍ଟି କରିବାରେ ନେତୃତ୍ୱ ନେବା ଉଚିତ୍ । ସେ ଆହୁରି ମଧ୍ୟ କହିଛନ୍ତି ଯେ ମହିଳା ସଶକ୍ତିକରଣ ଏବଂ ସ୍ଥାନୀୟ ଗୋଷ୍ଠିର ଅଂଶଗ୍ରହଣ ହେଉଛି ପ୍ରମୁଖ ଉଦ୍ଦେଶ୍ୟ ଯାହା ରାଜ୍ୟରେ ୧୧୫ ଟି ପୌରସଂସ୍ଥାରେ ଉନ୍ନତ ଶାସନର ନୂତନ ଅଧ୍ୟାୟ ସୃଷ୍ଟି କରିଛି । ସେ ଆହୁରି ମଧ୍ୟ ଜୋର ଦେଇ କହିଛନ୍ତି ଯେ ଲୋକମାନଙ୍କ ପାଇଁ କ’ଣ କରାଯାଇପାରିବ ସେ ସଂକ୍ରାନ୍ତରେ ପରାମର୍ଶ ଦେବାପାଇଁ ସମସ୍ତ ର୍ନିବାଚିତ ପ୍ରତିନିଧୀଙ୍କ ନିୟମିତ ଭାବରେ ସେମାନଙ୍କ ଅଞ୍ଚଳକୁ ନିୟମିତ ଗସ୍ତ କରିବା ଆବଶ୍ୟକ । ପୌରସଂସ୍ଥାଗୁଡିକରେ ଟିକସ ସଂଗ୍ରହକୁ ବିଶେଷ ପ୍ରାଧାନ୍ୟ ଦିଆଯିବା ଉଚିତ ବୋଲି ମଧ୍ୟ ସେ ପରାମର୍ଶ ଦେଇଛନ୍ତି । ସେ କହିଥିଲେ ଯେ ଆପଣ ସମସ୍ତେ ଜଣେ ଜଣେ ମୁଖିଆ ଏବଂ ପୌରସଂସ୍ଥାର ଅଭିବୃଦ୍ଧି ପାଇଁ ସୁଯୋଗ ସୃଷ୍ଟି କରିପାରିବେ ।

ପ୍ରାରମ୍ଭରେ ସୁଡାର ପ୍ରକଳ୍ପ ନିର୍ଦ୍ଦେଶକ ସାରଦା ପ୍ରସାଦ ପଣ୍ଡା ନିର୍ବାଚିତ ପ୍ରତିନିଧିମାନଙ୍କୁ ସ୍ୱାଗତ କରିବା ସହିତ ସହରର ମୁଖ୍ୟ ଭାବରେ ପୌରାଞ୍ଚଳରେ ଗରିବ ଲୋକଙ୍କ ପାଇଁ କାର?୍ୟ୍ୟକାରୀ ହେଉଥିବା ପ୍ରକଳ୍ପ ଗୁଡିକରେ ସାମିଲ ହେବା ସହିତ ଏହାର ସଠିକ ପରିଚାଳନା ପାଇଁ ଅନୁରୋଧ କରିଥିଲେ । ସେ କହିଛନ୍ତି ଯେ ୧୧୫ ପୌରସଂସ୍ଥାରେ ଥିବା ସହରୀ ଗରିବଙ୍କ ପାଇଁ ଆବଶ୍ୟକ ଭିତିଭୂମି ସୃଷ୍ଟି କରିବା ଲାଗି ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗର ବଜେଟକୁ ୮୦୦୦ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି । ଶ୍ରୀ ପଣ୍ଡା ମୁକ୍ତା ଏବଂ ଆଧାର କାର୍ଯ୍ୟକ୍ରମ ଉପରେ ଏକ ସ୍ପଷ୍ଟ ଚିତ୍ର ଦେବା ସହିତ ସହିତ ଏହାର ଭବିଷ୍ୟତ କାର୍ଯ୍ୟପନ୍ଥା ଏବଂ ର୍ନିବାଚିତ ପ୍ରତିନିଧିମାନେ ଏହି ସାମିଲ ହେବା ସଂକ୍ରାନ୍ତରେ କହିଥିଲେ ।

ଶ୍ରୀ ପଣ୍ଡା ଓଡିଶା ସରକାରଙ୍କ ଫ୍ଲାଗସିପ୍ କାର୍ଯ୍ୟକ୍ରମ ମୁକ୍ତା ବିଷୟରେ ସବିଶେଷ ତଥ୍ୟ ଦେଇ କହିଛନ୍ତି ଯେ ଆବଶ୍ୟକ ଭିତି ପ୍ରକଳ୍ପର ଚିହ୍ନଟ, ପ୍ରକଳ୍ପଗୁଡିକର କାର୍ଯ୍ୟାନ୍ୱୟନରେ ମିଶନ୍ ଶକ୍ତି ଗୋଷ୍ଠୀର ଅଂଶଗ୍ରହଣ, ୨୦୨୩-୨୪ ବର୍ଷ ପାଇଁ ଏକ ବାସ୍ତବ କାର୍ଯ୍ୟ ଯୋଜନା ଉପସ୍ଥାପନ ଉପରେ ଧ୍ୟାନ ଦେଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ସହରାଂଚଳର ଲୋକଙ୍କ ଜୀବନ ଏବଂ ଜୀବିକା ସ୍ତରରେ ବୃଦ୍ଧି ପାଇଁ ସମ୍ବଳ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଥିବା ବିଭିନ୍ନ ପଦକ୍ଷେପ ଗ୍ରହଣ ପାଇଁ ବ୍ୟାପକ ସୁଯୋଗ ରହିଛି । ଶ୍ରମିକ ଏବଂ ମିଶନ ଶକ୍ତି ଗୋଷ୍ଠୀକୁ ଠିକଣା ସମୟରେ ଦେୟ ପ୍ରଦାନ ଉପରେ ବିଶେଷ ଧ୍ୟାନ ଦେବାପାଇଁ ସେ ସମସ୍ତ ର୍ନିବାଚିତ ପ୍ରତିନିଧୀଙ୍କୁ ଅନୁରୋଧ କରିଛନ୍ତି ।

ଅନ୍ୟମାନଙ୍କ ମଧ୍ୟରେ ସ୍ୱତନ୍ତ୍ର ସଚିବ ସାଗରିକା ପଟ୍ଟନାୟକ, ଅତିରିକ୍ତ ସଚିବ ବିନୟ ଦାଶ, ପ୍ରଭାତ ମହାପାତ୍ର, ସୋରେନ୍ଦ୍ର ରାଉତରାୟ, ଦୁର୍ଗେଶ ନନ୍ଦିନୀ ସାହୁ, ଦେବାଶିଷ ସିଂହ, ରବୀନ୍ଦ୍ର କୁମାର ସାହୁ ଏବଂ ଓଏସ୍‌ଡି ତଥା ସ୍ୱତନ୍ତ୍ର ସଚିବ ସଞ୍ଜୟ ପରମାଣିକ, ଜଳାଶୟ ପୁନରୁଦ୍ଧାର, ସହରାଂଚଳ ପରିମଳ ବ୍ୟବସ୍ଥା, ଜାଗା ମିଶନ, ୧୫ ତମ ଅର୍ଥ ଆୟୋଗ ପାଣ୍ଠି ଉପରେ ଆଲୋକପାତ, ଗୋଷ୍ଠି ସହଭାଗୀତା, ସହରାଂଚଳ ଗୃହ ଏବଂ ପୌରାଂଚଳ ଅର୍ଥ ପରିଚାଳନା ଇତ୍ୟାଦି ଉପରେ ନିଜ ନିଜର ମତ ରଖିଥିଲେ ।

 ଯେଉଁ ୧୫ ଟି ପୌରସଂସ୍ଥାର ଅଧ୍ୟକ୍ଷ, ଉପାଧ୍ୟକ୍ଷ ତଥା କାଉନସିଲର ମାନେ ଯୋଗ ଦେଇଥିଲେ ସେଗୁଡିକ ହେଲା ଅନୁଗୁଳ ପୌପାଳିକା, ଆଠମଲିକ୍ ଏନଏସି, ତାଲଚର ମ୍ୟୁନିସିପାଲିଟି, ବାଲୁଗାଁ ଏନଏସି, ବାଣପୁର ଏନଏସି, ଜଟଣୀ ଓ ଖୋର୍ଧା ମ୍ୟୁନିସିପାଲଟି, ଦଶପଲା ଏନଏସି, ଖଣ୍ଡପଡା ଏନଏସି, ରଣପୁର ଏନଏସି, ନୟାଗଡ଼ ମ୍ୟୁନିସିପାଲଟି, କୋଣାର୍କ ଏନଏସି, ନିମାପଡା ଏନଏସି, ପିପିଲି ଏନଏସି, ହିନ୍ଦୋଳ ଏନଏସି ଭୁବନେଶ୍ୱରର ଲୋକ ସେବା ଭବନ ସମ୍ମିଳନୀ କକ୍ଷରେ ଆୟୋଜିତ କର୍ମଶାଳାରେ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *