ପୁଲିସ ଲାଠି ଚାର୍ଜ ପରେ ବିଜେପି ଟାର୍ଗେଟରେ ନୀତିଶ ସରକାର

ପାଟନା: ବିହାରର ରାଜଧାନୀ ପାଟନାରେ ଶିକ୍ଷକ ଆଶାୟୀଙ୍କ ହଙ୍ଗାମା। ଏମାନେ ସପ୍ତମ ଚରଣର ନିଯୁକ୍ତିର ଦାବି ସହ ଶିକ୍ଷାମନ୍ତ୍ରୀଙ୍କ ବିରୋଧରେ ଦେଇଥିଲେ ନାରାବାଜୀ। ବିରାଟ ପ୍ରଦର୍ଶନ ଓ ନାରାବାଜୀକୁ ଦେଖି ପୁଲିସ ପ୍ରଦର୍ଶନକାରୀଙ୍କ ଉପରେ କରିଛି ଲାଠି ଚାର୍ଜ। ଏହା ପରେ ବିଜେପି ରାଜ୍ୟ ସରକାର ଉପରେ ଆକ୍ରମଣ କରିବାକୁ ପଛାଇ ନାହିଁ।

ବିହାରରେ ୨୦୧୯ ପରଠାରୁ କୌଣସି ନିଯୁକ୍ତି ହୋଇ ନାହିଁ। ତିନି ବର୍ଷ ହେଲା ସରକାର ଖାଲି ମିଛ ଆଶ୍ବାସନ ଦେଇ ଚାଲିଛି। ସରକାର ଗଠନ ପୂର୍ବରୁ ତେଜସ୍ବୀ ଯାଦବ କହିଥିଲେ କି, ତାଙ୍କ ଦଳ ସରକାରକୁ ଆସିଲେ ଆଗ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିଦେବେ।  ଏବେ ସରକାର ହେଲା, ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିବାକୁ ଦାବି ନେଇ ରାଜଧାନୀ ପାଟରେ ଶିକ୍ଷକ ନିଯୁକ୍ତି ଆଶାୟୀଙ୍କ ଦେଖିବାକୁ ମିଳିଛି ପ୍ରବଳ ଭିଡ।

ତୁରନ୍ତ ନିଯୁକ୍ତ ଆରମ୍ଭ କରିବା ଦାବି ସହ ଶିକ୍ଷା ମନ୍ତ୍ରୀଙ୍କ ବିରୋଧରେ ପ୍ରଦର୍ଶନକାରୀ ନାରାବାଜୀ କରିଥିଲେ। ପ୍ରବଳ ଭିଡ  ଓ ପ୍ରଦର୍ଶନର ଉଗ୍ରତାକୁ ଦେଖି ପୁଲିସ ସେଠାରେ ପ୍ରଦର୍ଶନକାରୀଙ୍କୁ ଘଉଡାଇବାକୁ ପୁଲିସ ଲାଠି ଚାର୍ଜ କରିଛି। ଏହା ବ୍ୟତୀତ ଅଧିକ ପୁଲିସ ଫୋର୍ସ ମଗାଯିବା ସହ ୱାଟର କେନନ ମଧ୍ୟ ମହଜୁଦ ରଖାଯାଇଛି।

ସେପଟେ ବିଜେପି ଏହାକୁ ନେଇ ନିଜ ଅପମାନର ପ୍ରତିଶୋଧ ନେବାକୁ ଚେଷ୍ଟା କରୁଛି। ବିଜେପି ପ୍ରବକ୍ତା ଶହଜାଦ ଜୟ ହିନ୍ଦ  କହିଛନ୍ତି କି, ଏଡିଏମର ଗୁଣ୍ଡାଗର୍ଦ୍ଦି ଓ ତ୍ରିରଙ୍ଗାର ଅପମାନ ଉପରେ କାର୍ଯ୍ୟାନୁଷ୍ଠାନ ହେଲା ନାହିଁ, କିନ୍ତୁ ଶିକ୍ଷକ ପଦ ପାଇଁ ଦାବିରେ ଲାଠି ଚାର୍ଜ।  

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *