ଦୁଇଟି ଟ୍ରକ ମୁହାଁମୁହିଁ ଧକ୍କା ,ଘଟଣା ସ୍ଥଳରେ ଜଣେ ମୃତ

Spread the love

ଭଣ୍ଡାରିପୋଖରୀ 16 ନଂ ଜାତୀୟ ରାଜପଥର ବିଷ୍ଣୁପୁର ଛକ ନିକଟରେ ଦୁଇ ଟ୍ରକ ମୁହାଁ ମୁହିଁ ଧକ୍କା । ଘଟଣା ସ୍ଥଳରେ ଜଣେ ମୃତ ହୋଇଥିବା ବେଳେ 2 ଜଣ ଆହତ। ଜାତୀୟ ରାଜପଥର ବିଷ୍ଣୁପୁର ଛକ ଠାରେ ଗୋଟିଏ ପାର୍ଶ୍ୱରେ ଦୁଇ ଗୋଟି ଟ୍ରକ ବିପରୀତ ଦିଗରୁ ଆସୁଥିବା ବେଳେ ଅସାବଧାନତା ବଶତଃ ଦୁଇ ଟି ଟ୍ରକ ମଧ୍ୟରେ ମୁହାଁ ମୁହିଁ ଧକ୍କା ହୋଇଥିଲା । ଠିକ ଏହି ସମୟରେ ଟ୍ରକର ଡ୍ରାଇଭର ଜଣକ ତଳକୁ ଡେଇଁ ପଡ଼ିଥିବା ବେଳେ ଦୁର୍ଘଟଣା ଗ୍ରସ୍ତ ଟ୍ରକର ଡ୍ରାଇଭରର ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି । ଅନ୍ୟ ଦୁଇ ଜଣ ସାମାନ୍ୟ ଆହତ ହୋଇଥିବା ବେଳେ ତାଙ୍କୁ ବାରିକପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଖବର ପାଇ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି । ମୃତକ ଢେଙ୍କାନାଳ ଜିଲ୍ଲାର ଭୁବନ ଅଞ୍ଚଳର ହୋଇଥିବା ବେଳେ ତାଙ୍କ ପରିଚୟ ଅସ୍ପଷ୍ଟ ରହିଛି ।

Leave a Reply

Your email address will not be published. Required fields are marked *