ବିଦ୍ୟାଳୟକୁ ଯିବା ବେଳେ ଦୁର୍ଘଟଣା, ଜଣେ ଆହତ ,ଜଣେ ଗୁରୁତର

ଯାଜପୁର ରୋଡ଼ ଥାନା ଦାନଗଦି ଛକ ନିକଟରେ ସଡ଼କ ଦୁର୍ଘଟଣା ରେ ଜଣେ ଗୁରୁତର ୧ ଆହତ l ଗୁରୁତର ଆହତ ହେଲେ ସିପ୍ରା ପ୍ରିୟଦର୍ଶିନୀ ବାରିକ,ଓ ଅର୍ଚ୍ଚିତା ବେହେରା,ଉଭୟ ନବମ ଶ୍ରେଣୀ ର ଛାତ୍ରୀ। ଆଜି ୨ ଛାତ୍ରୀ ସାଇକେଲ ଯୋଗେ ଦାନଗଦି ବୁଦ୍ଧରାଜ ବିଦ୍ୟାଳୟ କୁ ଆସୁଥିବା ବେଳେ ବିଦ୍ୟାଳୟ ଠୁ ମାତ୍ର ୧୦୦ ମିଟର ଦୂରରେ ଉଭୟଙ୍କୁ ଧକ୍କା ଦେଇଥିଲା ହାଇୱା। ଦୁର୍ଘଟଣା ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ୨ ଛାତ୍ରୀ ଙ୍କୁ ପ୍ରଥମେ ଦାନଗଦି ମେଡ଼ିକାଲ ରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ଅର୍ଚ୍ଚିତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଆମ୍ବୁଲାନ୍ସ ଯୋଗେ କଟକ ସ୍ଥାନାନ୍ତର କରାଯାଇଛି। ଉଭୟ ଛାତ୍ରୀ ସ୍ଥାନୀୟ ଧୂଳିଗଡ଼ ଅଞ୍ଚଳ ର ବୋଲି ସୂଚନା ମିଳିଛି। ଖବରପାଇ ଯାଜପୁର ରୋଡ଼ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟାଇଥିବା ଗାଡିକୁ ଜବତ କରିବା ସହ ଡ୍ରାଇଭର କୁ ଥାନା ରେ ଅଟକ ରଖିଛି। ୧ ଘଣ୍ଟା ରୁ ଉର୍ଦ୍ଧ ସମୟ ଧରି ସ୍ଥାନୀୟ ଲୋକଙ୍କ ଦ୍ୱାରା ଯାଜପୁର ରୋଡ଼ କଳିଙ୍ଗନଗର ରାସ୍ତା ଅବରୋଧ କରାଯିବା ସହ ଘଟଣାସ୍ଥଳରେ ଉତ୍ତେଜନା ଦେଖା ଦେଇଥିଲା। ଦାନଗଦି ତହସିଲଦାର ,ଦାନଗଦି BDO ଙ୍କ ସମେତ ଯାଜପୁର ରୋଡ଼ SDPO ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକ ଙ୍କୁ ବୁଝାସୁଝା କରିବା ସହ ରେଡ଼କ୍ରସ ପାଣ୍ଠି ରୁ ୨ ଛାତ୍ରଛାତ୍ରୀ ଙ୍କ ପରିବାର କୁ ସହାୟତା ଯୋଗାଇଦେବା ପାଇଁ  ପ୍ରତିଶୃତି ଦେବା ପରେ ରାସ୍ତା ରୁ ଉଠିଲେ ଆନ୍ଦୋଳନକାରୀ ଗାଡିଚଳାଚଳ ସ୍ୱାଭାବିକ ହୋଇଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *