ଆମେରିକାେ ପୁଣି ବିମାନ ଦୁର୍ଘଟଣା ହୋଇଛି । ଫିଲାଡ଼େଫ୍ଲିୟା ବିମାନ ବନ୍ଦରରୁ ଉଡ଼ାଣ ଭରିବା ସମୟରେ ବିମାନ ଦୁର୍ଘଟଣାଗ୍ରସ୍ତ । ଘଟଣାସ୍ଥଳରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା । ତେବେ ଓ୍ବାଶିଂଟନ୍ର ରିଗନ ରାଷ୍ଟ୍ରୀୟ ବିମାନ ବନ୍ଦର ନିକଟରେ ହୋଇଥିବା ଦୁର୍ଘଟଣାର ଦୁଇ ଦିନ ପରେ ଏହି ଦୁର୍ଘଟଣା ହୋଇଛି । ଦୁଇ ଦିନ ପୂର୍ବରୁ ହୋଇଥିବା ଦୁର୍ଘଟଣାରେ ୬୭ ଜଣଙ୍କ ମୃତ୍ୟୁ ହୋଇଥିଲା ।ନ୍ୟୁଜ୍ ଏଜେନ୍ସି ଏଏଫପି ଓ ରାୟଟର୍ସ ମୁତାବକ, ବିମାନଟି ଏକ ସପିଂ ମଲ୍ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ବିମାନଟି ଉତ୍ତର-ପୂର୍ବ ଫିଲାଡ଼େଫ୍ଲିୟା ବିମାନ ବନ୍ଦରରୁ ଉଡ଼ାଣ ଭରୁଥିଲା । ଉଡାଣ ଭରିବାର ଠିକ୍ ୩୦ ସେକେଣ୍ଡ ପରେ ଏହି କ୍ରାସ ହୋଇଥିଲା । ଫଳରେ ଅନେକ କୋଠାରେ ନିଆଁ ଲାଗିବା ସହ ଏକାଧିକ ମୃତାହତ ମଧ୍ୟ ହୋଇଛନ୍ତି । ଏନେଇ ଫିଲାଡ଼େଫ୍ଲିୟା ଅଫିସ ଅଫ ଏମରଜେନ୍ସି ମ୍ୟାନେଜମେଣ୍ଟ ସୋସିଆଲ ମିଡି଼ଆରେ ପ୍ରକାଶ କରିଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now