ଦୁର୍ନୀତି ପାଇଁ ଜେଲ୍- ଫସିଲେ ପୂର୍ବତନ ଆଇଏଏସ ନିତ୍ୟାନନ୍ଦ ମହାନ୍ତି
ଏମାନଙ୍କ କାରସାଦି ଲାଗି ସରକାରୀ ରାଜକୋଷକୁ ବିପୁଳ କ୍ଷତି ପହଞ୍ଚିଥିଲା। ଟେଣ୍ଡରରେ ସବୁଠୁ ଅଧିକ ଦର ପକାଇ ଆବେଦନ କରିଥିଲେ ଟ୍ରାନ୍ସପୋର୍ଟ କଣ୍ଟ୍ରାକ୍ଟର ସତ୍ୟାନନ୍ଦ ବଳସାମନ୍ତ। ଓଡ଼ିଶା ଯୋଗାଣ ନିଗମ ପରିବହନ ଖର୍ଚ୍ଚ ଲାଗି ଯେଉଁ ଦର ଧାର୍ଯ୍ୟ କରିଥିଲେ, ତାଠୁ ବେଶ୍ ଚଢ଼ା ଦରରେ ସତ୍ୟାନନ୍ଦ ବଳସାମନ୍ତଙ୍କୁ ଅନୁମତି ଦେଇଥିଲେ ତତ୍କାଳୀନ ଜିଲ୍ଲପାଳ ନିତ୍ୟାନନ୍ଦ ମହାନ୍ତି।

ସରକାରୀ ଅର୍ଥ ତୋଷରପାତରେ ଆଇଏଏସଙ୍କୁ ଜେଲ୍ । ଢେଙ୍କାନାଳର ପୂର୍ବତନ ଜିଲ୍ଲାପାଳ ନିତ୍ୟାନନ୍ଦ ମହାନ୍ତି ଦୋଷୀ ସାବ୍ୟସ୍ତ। ୯ଲକ୍ଷ ଟଙ୍କା ଘୋଟାଲାରେ ପୂର୍ବତନ ପିଡି ସୂର୍ଯ୍ୟନାରାୟଣ ଦାସ ଓ ଟ୍ରାନ୍ସପୋର୍ଟ କଣ୍ଟ୍ରାକ୍ଟର ସତ୍ୟାନନ୍ଦ ବଳସାମନ୍ତଙ୍କୁ ବି ଜେଲ୍। ବର୍ଷେ ଜେଲ୍ ସହ ଜରିମାନା ଦଣ୍ଡ ଦେଲେ ଢେଙ୍କାନାଳ ଭିଜିଲାନ୍ସ କୋର୍ଟ। ଏଫସିଆଇ ଗୋଦାମରୁ ଚାଉଳ ଓ ଗହମକୁ ବିଭିନ୍ନ ବ୍ଲକ ଓ ପଞ୍ଚାୟତ ହେଡକ୍ୱାର୍ଟରକୁ ପରିବହନ ପାଇଁ ହାତଲେଖା କୋଟେସନକୁ ଜିଲ୍ଲାପାଳ ଦେଇଥିଲେ ଅନୁମତି । ଯୋଗାଣ ନିଗମର ନିର୍ଦେଶକୁ ଉଲ୍ଲଂଘନ କରି ଉଚ୍ଚାଦରରେ ସତ୍ୟାନନ୍ଦଙ୍କୁ ଅନୁମତି ଦେଇଥିଲେ ପୂର୍ବତନ ଆଇଏଏସ ନିତ୍ୟାନନ୍ଦ ମହାନ୍ତି। ୨୦୦୧-୦୨ରେ ଜିଲ୍ଲାପାଳ ଥିଲେ ନିତ୍ୟାନନ୍ଦ ମହାନ୍ତି। ଏମାନଙ୍କ କାରସାଦି ଲାଗି ସରକାରୀ ରାଜକୋଷକୁ ବିପୁଳ କ୍ଷତି ପହଞ୍ଚିଥିଲା। ଟେଣ୍ଡରରେ ସବୁଠୁ ଅଧିକ ଦର ପକାଇ ଆବେଦନ କରିଥିଲେ ଟ୍ରାନ୍ସପୋର୍ଟ କଣ୍ଟ୍ରାକ୍ଟର ସତ୍ୟାନନ୍ଦ ବଳସାମନ୍ତ। ଓଡ଼ିଶା ଯୋଗାଣ ନିଗମ ପରିବହନ ଖର୍ଚ୍ଚ ଲାଗି ଯେଉଁ ଦର ଧାର୍ଯ୍ୟ କରିଥିଲେ, ତାଠୁ ବେଶ୍ ଚଢ଼ା ଦରରେ ସତ୍ୟାନନ୍ଦ ବଳସାମନ୍ତଙ୍କୁ ଅନୁମତି ଦେଇଥିଲେ ତତ୍କାଳୀନ ଜିଲ୍ଲପାଳ ନିତ୍ୟାନନ୍ଦ ମହାନ୍ତି। ଏପରିକି ସତ୍ୟାନନ୍ଦଙ୍କ ହାତଲେଖା କୋଟେସନକୁ ବି ଗ୍ରହଣ କରି ମଞ୍ଜୁରୀ ଦେବା ବେଳେ ସରକାରଙ୍କ ସବୁତକ ନିୟମକୁ ଜଳାଞ୍ଜଳି ଦେଇଥିଲେ ଜିଲ୍ଲାପାଳ। ଦୋଷୀ ଓ ଦଣ୍ଡବିଧାନ ପରେ ଏବେ ନିତ୍ୟାନନ୍ଦ ମହାନ୍ତି ଓ ସୂର୍ଯ୍ୟନାରାୟଣ ଦାସଙ୍କ ପେନସନ ବନ୍ଦ କରିବାକୁ ପ୍ରାଧିକୃତ ଅଧିକାରୀଙ୍କୁ ଜଣାଇ ପ୍ରକ୍ରିୟା ଆରମ୍ଭ କରିଛି ଭିଜିଲାନ୍ସ।
