Bihar Man Faked Own Murder: ପ୍ରେମ ପାଇଁ ନିଜ ହତ୍ୟାର ମିଛ ଷଡ଼ଯନ୍ତ୍ର
ପରିବାର ପାଖକୁ ଏକ ଓ୍ୱାଟସଆପ୍ ଅଡ଼ିଓ ଆସିଲା। ଏଥିରେ କୁହାଯାଇଥିଲା ଯେ, ଦେବରିଆରେ ଟଙ୍କା ଭର୍ତ୍ତି ବ୍ୟାଗ ଛଡ଼ାଇ କେହି ଅଜଣା ଦୁର୍ବୃତ୍ତ ସୋନକୁ ହତ୍ୟା କରିଦେଇଛି। ଏହା ସହ ରକ୍ତ ଜୁଡୁବୁଡ଼ୁ ଏକ ମୁଣ୍ଡର ଫଟୋ ବି ପଠାଯାଇଥିଲା। ଯେଉଁଥିରୁ ହତ୍ୟାର ସତ୍ୟାସତ୍ୟ ଜଣାପଡ଼ିବ।

୪ ବର୍ଷ ପରେ ଜୀବନ୍ତ ଫେରିଲା ମୃତକ। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗିଲେ ବି ସତ। ମୁଜାଫରପୁରରେ ପ୍ରେମ ଲୁଚାଇବାକୁ ଯାଇ ଯୁବକ ରଚିଥିଲା ନିଜ ମର୍ଡରର ମିଛ ଷଡ଼ଯନ୍ତ୍ର। କହିଲା,ପୁଲିସ ଚାପରେ ଫେରିବାକୁ ପଡ଼ିଲା। ୪ ବର୍ଷ ପୂର୍ବରୁ ଯେଉଁ ଯୁବକଙ୍କ ହତ୍ୟା ମାମଲା ରୁଜୁ ହୋଇଥିଲା। ସେ ଅଚାନକ ଥାନାରେ ପହଞ୍ଚିଥିଲା। ନିଜ ଆଫାୟର ଲୁଚାଇବାକୁ ଆଉ ପରିବାରରୁ ଦୂରରେ ରହିବାକୁ ସେ ନିଜ ହତ୍ୟାର ମିଛ ଷଡ଼ଯନ୍ତ୍ର ରଚିଥିଲା। ମାମଲାଟି ମୁଜାଫରପୁର ଜିଲ୍ଲାର ଦେବରିଆ ଥାନା ଏରିଆର। ଏ ମାମଲା ନଭେମ୍ୱର ୬,୨୦୨୨ରୁ ଆରମ୍ଭ ହୋଇଥିଲା। ଗୋପାଳଗଞ୍ଜ ଜିଲ୍ଲାର ଥାଓ୍ୱେ ଏରିଆରେ ସୋନୁ କୁମାର ଦୋକାନରୁ ସାମଗ୍ରୀ କିଣିବାକୁ ୫୦ ହଜାର ଟଙ୍କା ନଗଦ ନେଇ ପାଟନାକୁ ବାହାରିଥିଲେ। କିନ୍ତୁ ସେ ଘରକୁ ଫେରିନଥିଲେ। ୩ ଦିନ ପରେ ନଭେମ୍ୱର ୯ ତାରିଖରେ ସୋନୁର ଭାଇ ଧୀରଜ ପ୍ରସାଦ ଶ୍ରୀବାସ୍ତବ ତାଙ୍କ ନିଖୋଜର ଏତଲା ରୁଜୁ କରିଥିଲେ। ଏହା ଭିତରେ ସୋନୁଙ୍କ ମୋବାଇଲରେ ପରିବାର ପାଖକୁ ଏକ ଓ୍ୱାଟସଆପ୍ ଅଡ଼ିଓ ଆସିଲା। ଏଥିରେ କୁହାଯାଇଥିଲା ଯେ, ଦେବରିଆରେ ଟଙ୍କା ଭର୍ତ୍ତି ବ୍ୟାଗ ଛଡ଼ାଇ କେହି ଅଜଣା ଦୁର୍ବୃତ୍ତ ସୋନକୁ ହତ୍ୟା କରିଦେଇଛି। ଏହା ସହ ରକ୍ତ ଜୁଡୁବୁଡ଼ୁ ଏକ ମୁଣ୍ଡର ଫଟୋ ବି ପଠାଯାଇଥିଲା। ଯେଉଁଥିରୁ ହତ୍ୟାର ସତ୍ୟାସତ୍ୟ ଜଣାପଡ଼ିବ। ଏହା ପରେ ଦେବରିଆ ଥାନାରେ ଏତଲା ରୁଜୁ ହୋଇଥିଲା। ମାମଲାର ଗମ୍ଭୀରତା ଦୃଷ୍ଟିରୁ ଏହାର ତଦନ୍ତ ଲାଗି ଏକ ସ୍ୱତନ୍ତ୍ର ଟିମ୍ ଗଠନ ହୋଇଥିଲା। ଆଉ ତଦନ୍ତରେ ଜଣାପଡିଥିଲା ଯେ, ସୋନୁ କୌଣସି ଅପରାଧର ଶୀକାର ହୋଇନି। ବରଂ ନଭେମ୍ୱର ୬, ୨୦୨୨ରେ ନିଜ ପ୍ରେମିକାଙ୍କ ସହ ସମ୍ପର୍କ ବଜାୟ ରଖିବାକୁ ଏ ପୁରା ପ୍ଲାନ ରଚିଥିଲା। ପରିବାରକୁ ବିଭ୍ରାନ୍ତ କରିବାକୁ ନିଜ ହତ୍ୟାର ମିଛ ଡ୍ରାମା ରଚିଥିଲା। ନଭେମ୍ୱର ୬ରେ ପ୍ରେମିକାଙ୍କୁ ନେଇ ଅଲଗା ରାଜ୍ୟକୁ ଫେରାର ହୋଇଯାଇଥିଲା ସୋନୁ। ଏ ମାମଲାରେ ଯୁବତୀର ମାଆ ବି ଥାନାରେ ପୂର୍ବରୁ ଏତଲା ଦେଇଥିଲେ। ଏ ଦୁଇ ଏତଲାକୁ ଯୋଡ଼ି ସୋନୁର ଷଡ଼ଯନ୍ତ୍ରକୁ ଧରିଥିଲା ପୁଲିସ। ଆଉ ଥାନାର ନିରନ୍ତର ଚାପ ପଡ଼ିବାରୁ ଶେଷରେ ସୋନୁ ସେପ୍ଟେମ୍ୱର ୧୭ରେ ଦେବରିଆ ଥାନାରେ ହାଜର ହୋଇଥିଲେ। ଆଇନକୁ ବିଭ୍ରାନ୍ତ କରିବା, ମିଛ ମାମଲା ରଚିବା ଆଧାରରେ ଏବେ ସୋନୁ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ହେବ।
