India-Pakistan Naval Clash: ଭାରତ-ପାକିସ୍ତାନ ସୈନ୍ୟ ବୁଝାମଣାର ସିଧା ଉଲଂଘନ : ଭାରତର କଡା ରାଜନୈତିକ ବିରୋଧ
ଭାରତୀୟ ନୌସେନାର ଏକ ଯୁଦ୍ଧପୋତ ସହ ପାକିସ୍ତାନୀ ନୌସେନା ଜାହାଜର ଧକ୍କା ଘଟଣାକୁ ନେଇ ପାକିସ୍ତାନୀ କୂଟନୀତିଜ୍ଞଙ୍କୁ ବିଦେଶ ମନ୍ତ୍ରଣାଳୟ କୁ ସମନ କରିଛି ଭାରତ ,ପାକିସ୍ତାନୀ ନୌସେନା ୟୁନିଟ୍ର ଏହି ଆଚରଣ କୁ ସମ୍ପୂର୍ଣ୍ଣ ଭାବେ ଅସ୍ୱୀକାର୍ଯ୍ୟ,ଅସୁରକ୍ଷିତ ଓ ଅପେସାଦାର ମନୋଭାବ ଦର୍ଶାଇଛି ଭାରତ
ଭାରତୀୟ ବୈଦେଶିକ ମନ୍ତ୍ରାଳୟ (MEA ) ଆରବ ସାଗରର ଆନ୍ତର୍ଜାତୀୟ ଜଳସୀମାରେ ଭାରତୀୟ ନୌସେନାର ଏକ ଯୁଦ୍ଧପୋତ ସହ ପାକିସ୍ତାନୀ ନୌସେନା ଜାହାଜର ଧକ୍କା ହେବା ଘଟଣାକୁ ନେଇ କଡ଼ା ଆପତ୍ତି ପ୍ରକାଶ କରିଛି | ଏହି ସମ୍ବନ୍ଧରେ ନୂଆଦିଲ୍ଲୀସ୍ଥିତ ପାକିସ୍ତାନୀ କୂଟନୀତିଜ୍ଞ (ଚାର୍ଜ ଡି’ଆଫେୟାର୍ସ)ଙ୍କୁ ବିଦେଶ ମନ୍ତ୍ରଣାଳୟ କୁ ସମନ କରିଛି। ଭାରତ ପାକିସ୍ତାନୀ ନୌସେନା ୟୁନିଟ୍ର ଏହି ଆଚରଣ କୁ ସମ୍ପୂର୍ଣ୍ଣ ଭାବେ ଅସ୍ୱୀକାର୍ଯ୍ୟ,ଅସୁରକ୍ଷିତ ଓ ଅପେସାଦାର ମନୋଭାବ ଦର୍ଶାଇଛି | ବୈଦେଶିକ ମନ୍ତ୍ରାଳୟ ଅନୁଯାୟୀ ,ଏହି ଘଟଣା ଅନ୍ତରାଷ୍ଟ୍ରୀୟ ଜଳାକ୍ଷେତ୍ରରେ ଭାରତୀୟ ନୌସେନା ର ଏକ ଯୁଦ୍ଧ ପୋତ ନିଜ ନିୟମିତ ପର୍ଯ୍ୟବେକ୍ଷଣ ମିଶନ ରେ ନିଯୁକ୍ତ ଥିଲାବେଳେ ପାକିସ୍ତାନୀ ନୌସେନା ର ଏକ ପୋତ ତୀବ୍ର ଗତି ରେ ଯୁଦ୍ଧାଭ୍ୟାସ କରିବା ବେଳେ ଧକ୍କା ହେବାରୁ ଏହି ଦୁର୍ଘଟଣା ଘଟିଥିବା ବେଳେ ଏଥିରେ କୌଣସି ବଡ଼ ଧରଣର କ୍ଷତି କିମ୍ବା କେହି ଆହତ ହେବାର ସୂଚନା ମିଳିନାହିଁ , ମାତ୍ର ଭାରତ ସ୍ପଷ୍ଟ କରିଛି ଯେ ଏହା ଉଭୟ ଦେଶ ମଧ୍ୟରେ ଅପ୍ରେଲ ୧୯୯୧ରେ ସ୍ବାକ୍ଷରିତ ହୋଇଥିବା ସାମରିକ ଅଭ୍ୟାସ ଓ ଗତିବିଧି ସମ୍ପର୍କିତ ଦ୍ବିପାକ୍ଷିକ ରାଜିନାମାର ଧାରା ୧୦ର ସିଧାସଳଖ ଉଲ୍ଲଂଘନ ଅଟେ। ଭାରତୀୟ ଅଧିକାରୀ ପାକିସ୍ତାନୀ ରାଜଦୂତଙ୍କୁ ନିଜ ଦେଶ କୁ ସନ୍ଦେଶ ଦେବାପାଇଁ କହିଛନ୍ତି ଯେ ସମୁଦ୍ର ମଧ୍ୟରେ ସାମରିକ ଗତିବିଧି ସମୟରେ ଉଚିତ ସାବଧାନତା ଅବଲମ୍ବନ କରିବା ଏବଂ ପୂର୍ବ ନିୟମାବଳୀକୁ ପାଳନ କରିବା ଅତ୍ୟନ୍ତ ଜରୁରୀ, ଯାହାଫଳରେ ଭବିଷ୍ୟତରେ ଏଭଳି ଅଭାବନୀୟ ଘଟଣାର ପୁନରାବୃତ୍ତିକୁ ରୋକାଯାଇପାରିବ। ଏହି ସମ୍ବେଦନଶୀଳ ମାମଲାରେ ଇସଲାମାବାଦସ୍ଥିତ ଭାରତୀୟ ଦୂତାବାସକୁ ମଧ୍ୟ ପାକିସ୍ତାନ ବୈଦେଶିକ ମନ୍ତ୍ରାଳୟ ନିକଟରେ ସମାନ ଧରଣର ଆନୁଷ୍ଠାନିକ ବିରୋଧ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
